
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘ ତରଫରୁ ମଧୁବାବୁଙ୍କ ଜୟନ୍ତୀ ଓକିଲ ଦିବସ ରୂପେ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି ଆନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ହୋଇ ଉତ୍କଳ ଗୌରବ ମଧୁବାବୁଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ଉମେଶ ସାହୁ, ସନ୍ତୋଷ ଶତପଥୀ ପ୍ରମୁଖ ମଧୁବାବୁଙ୍କ ଚରିତ୍ରରେ ସମସ୍ତେ ଉଦବୁଦ୍ଧ ହୋଇ ଓକିଲାତି ପେଷାକୁ ଆଗକୁ ନେବା ପାଇଁ ଅଭିଭାଷଣ ରଖିଥିଲେ । ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମାଝୀଙ୍କୁ ଓଡିଶା ରାଜ୍ୟ ସଡ଼କ ପରିବହନ କର୍ମଚାରୀ ସଂଘର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇ ଥିବାରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ନୂତନ ଭାବରେ ଯୋଗ ଦେଇଥିବା ଓକିଲ ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ସମ୍ପାଦକ ହରିଶଙ୍କର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।