pr

ପଞ୍ଚମର ମାସିକ ସଙ୍ଗୀତ ସନ୍ଧ୍ୟା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଙ୍ଗୀତ ବିଦ୍ୟାଳୟ ପଞ୍ଚମ ପକ୍ଷରୁ ମାସିକ କାର୍ଯ୍ୟକ୍ରମ ‘ସଙ୍ଗୀତ ସନ୍ଧ୍ୟା’ ଅନୁଷ୍ଠାନର ନୃତ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷ ମୁରଲିଧାରୀ ପତି ହିନ୍ଦୀ ଭଜନ ମେଲି ଚାଦର ଓଢକେ କେସେ, ଆୟୁଷ୍ନାନ ପାଣିଗ୍ରାହୀଙ୍କ ଦିନର ସୁରୁଜ ତୁ ମୋ ରାତିର ତାରା, ବର୍ଷା ରାଣୀ ସାହୁଙ୍କ ହାଏରେ କାଏଁ ମହନି ଲାଗିଛେ, ବବିତା ତ୍ରିପାଠୀଙ୍କ ନିମକୁ ଚନ୍ଦନ, ବିନାୟକ ମିଶ୍ରଙ୍କ ବାବା ଓ ବାବା, ଯଶୋବନ୍ତି ମାନ୍ତଙ୍କ ଆଖି ମୁଜି ଦେଲେ ପ୍ରଭୃତିଙ୍କ ଗୀତ ଦର୍ଶକକୁ ବାନ୍ଧି ରଖିଥିଲା । ଯନ୍ତ୍ର ସଂଗୀତରେ ଅଦ୍ୱେତ କୁମାର ସାହୁ, ରୁଦ୍ରାନ୍ସ ବ୍ରହ୍ମା, ସତ୍ଵିକ ହୋତା, ଆୟୁଷ କୁମାର ପ୍ରଧାନ, ଜି. କୁମାର, ପ୍ରଣୀତ ପ୍ରଭୁତି ଦର୍ଶକଙ୍କୁ ଅମୋଦିତ କରିବାରେ ସଫଳ ହୋଇଥିଲେ । ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର, ସଂସ୍କାର ସ୍ଵରୂପ ମିଶ୍ର, ଶୁଭେନ୍ଦୁ ଜାଲ, ରାଜ ହୋତା, କୃଷ୍ଣରାଜ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.