
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୬ ରାଜ୍ୟ ସ୍ତରୀୟ ପାଳନ ହେଉଛି ବଲାଙ୍ଗିର ଜିଲ୍ଲାରେ । ବଲାଙ୍ଗିରରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମେତ ଅନ୍ୟାନ୍ୟ ମନ୍ତ୍ରୀ ପରିଷଦ । ଏହି ଉପଲକ୍ଷେ ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟାଳୟରେ ମଧ୍ୟ ହେଉଛି ପାଳନ ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ । ଯାହାକି ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନକୁ ରାଜ୍ୟର ବ୍ଲକମାନଙ୍କରେ ଭିଡିଓ କନଫରେନ୍ସ ମାଧ୍ୟମରେ ଟେଲିକାଷ୍ଟ କରାଯାଇଥିଲା । ପାଇକମାଳ ବ୍ଲକମାନଙ୍କରେ ଅନୁଷ୍ଠିତ ହୋଇଛି ପଞ୍ଚାୟତିରାଜ ଦିବସ ପାଳନ ଏଥିରେ ଅତିଥି ଭାବେ ପାଇକମାଳ ତହସିଲଦାର ସିନ୍ଧୁସୂତା ପାତ୍ର, ସାଂସଦ ପ୍ରତିନିଧି ସରୋଜ ସାମଲ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଯୋଗ ଦେଇଥିଲେ । ଅତିଥିମାନେ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ସହ ଅର୍ଥରାଶି ପ୍ରଦାନ କରିଥିଲେ । ନିତି ଆୟୋଗ ସଂଯୋଜକ ମଧୁସ୍ମିତା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟରେ ପାଇକମାଳ ବ୍ଲକ ତୃତୀୟ ସ୍ଥାନରେ ରହିଛି । ପାଇକମାଳ ବ୍ଲକ ଅଧ୍ୟକ୍ଷା ଭାବନା ସିଂ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି ।