mahavir

ପଞ୍ଚଦଶ ତମ ବାର୍ଷିକ ଉତ୍ସବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁବାରର ପବିତ୍ର ଲଗ୍ନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଡେଲାଙ୍ଗର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି, ଡେଲାଙ୍ଗ ପିପିଲିର ବିଧାୟକ ଆଶ୍ରିତ୍ ପଟ୍ଟନାୟକ ସମ୍ମାନିତ ଅତିଥି, ରାଜଧାନୀ ମହାବିଦ୍ୟାଳୟର ସେବାନିବୃତ୍ ପ୍ରାଧ୍ୟାପିକା ତଥା ଶିକ୍ଷା ବିକାଶ ସମିତି, ଓଡ଼ିଶାର ପୂର୍ବ ସମ୍ଭାଗ ସଦସ୍ୟା ଶ୍ରୀମତୀ କମଳା କୁମାରୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ବିଦ୍ୟା ମନ୍ଦିରର ପ୍ରଧନଚାର୍ଯ୍ୟା ଶ୍ରୀମତୀ ଟୁକୁନି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ସଭାପତି ଡାକ୍ତର ବସନ୍ତ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ସଂପାଦକ କିଶୋର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ବାର୍ଷିକ ବିବରଣୀ ଶୁଣି ଅତ୍ୟନ୍ତ ଖୁସି ହେବା ସହ ରାଷ୍ଟ୍ରୀୟ ବିଚାରଧାରାର ପ୍ରତିଫଳନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଂପାଦିତ ହୋଇଥାଏ ବୋଲି କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅପରେସନ ସିନ୍ଦୂର ପାଇ ଶିଶୁ ଭାଇ ଭଉଣୀମାନଙ୍କୁ ଆର୍ମି ପୋଷାକରେ ଦେଖି ସେ ଅଭିଭୂତ ହେବ ସହ ପହେଲଗାମ ଘଟଣାର ବର୍ଷପୂର୍ତ୍ତି କଥା ମନେପକାଇ ସମସ୍ତ ଅଭିଭାବକମାନଙ୍କୁ କହିଥିଲେ । ବିଦ୍ୟାମନ୍ଦିରର ସମ୍ପାଦକଙ୍କୁ ପ୍ରଶଂସା କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବାରୁ ଖୁସିବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ବିଦ୍ୟାମନ୍ଦିରର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ଶିଶୁ ଭାଇ ଭଉଣୀ ମାନଙ୍କର ସର୍ବାଙ୍ଗୀନ ବିକାଶରେ ମାଆମାନଙ୍କର ଭୂମିକା ସମ୍ପର୍କରେ ମତ ରଖିବା ସହ ଶିଶୁମାନଙ୍କୁ ସୁନାଗରିକ କରି ଗଢ଼ି ତୋଳିବାରେ ଗୁରୁଜୀ ଗୁରୁମାଙ୍କର ଅତୁଳନୀୟ ସେବା ସମ୍ବନ୍ଧରେ ଅଭିହିତ କରି ପ୍ରଶଂସା କରିଥିଲେ । ପରିଚାଳନା ପରିଷଦର ସମସ୍ତ ସଭ୍ୟସଭ୍ୟାମାନଙ୍କ ସହଯୋଗ ଅଭିଭାବକ ଅଭିଭାବିକା ଗୁରୁଜୀ ଗୁରୁମାଙ୍କର ନିସ୍ୱାର୍ଥପର ସେବା ସମସ୍ତଙ୍କର ସହଯୋଗରେ ଅନୁଷ୍ଠାନର ବିକାଶ ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀମତୀ କମଳା କୁମାରୀ ଦାଶ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ତଥା ଶାରୀରିକ, ପ୍ରଣିକ, ବୌଦ୍ଧିକ, ମାନସିକ ବିକାଶ ଶିଶୁ ମନ୍ଦିର ଯୋଜନା ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ । ରାଷ୍ଟ୍ରୀୟ ଭାବନାରେ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ଶିଶୁମାନଙ୍କୁ ଉପଯୁକ୍ତ ସଂସ୍କାର ଓ ଶୃଙ୍ଖଳା ପ୍ରଦାନ କଲେ ସେମାନେ ଭବିଷ୍ୟତରେ ସୁନାଗରିକ ହୋଇପାରିବେ । ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ସଫଳତା, ସରକାରୀ ବୃତ୍ତି, ପଠାଣି ସାମନ୍ତ ବୃତ୍ତି, ମୋଟ ୨୪ ଜଣ ବୃତ୍ତି ପାଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ହେବା ସହ ବିଦ୍ୟାଳୟର ଅନନ୍ୟ ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ଟୁକୁନି ମହାପାତ୍ର ସମେତ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ସାଧୁବାଦ ଜଣାଇଥିଲେ । ଶିକ୍ଷା ବିକାଶ ଆଧାରରେ ଶିକ୍ଷାଦାନ କାର୍ଯ୍ୟ ଚାଲୁ ରଖିବା ସହାଭିଭାବକ ମାନେ ଗୁରୁମାଙ୍କ ସହ ସମ୍ପର୍କ ରଖି ଉଭୟଙ୍କ ସହଯୋଗରେ ଶିଶୁମାନେ ଭଲ ପାଠପଢ଼ିବା ସହ ଉତ୍ତମ ବିଦ୍ୟାର୍ଥୀ ହୋଇ ରାଷ୍ଟ୍ର ଗଠନରେ ନିଜକୁ ସମର୍ପିତ କରିପାରିବେ । ଶେଷରେ ବିଦ୍ୟାମନ୍ଦିରର କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଚାର୍ଯ୍ୟ ସର୍ବେଶ୍ୱର ବାରିକ ସଭାପତିଙ୍କ ଅନୁମତି କ୍ରମେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଖେଲୌରି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ ଜ୍ଞାନରଞ୍ଜନ ସିଂ, ଶରତ କୁମାର ବାରିକ୍, ରତ୍ନାକର ଜେନା, ଡାକ୍ତର ପୁଷ୍ପିତା ମହାପାତ୍ର, ଶତ୍ରୁଘ୍ନ ପ୍ରଧାନ, ଅଭିମନ୍ୟୁ ସାମନ୍ତରାୟ, ନିରଞ୍ଜନ ବିଶ୍ୱାଳ, ବିଭୂତି ଭୂଷଣ ମହାପାତ୍ର, ପ୍ରମୁଖ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟଗୁରୁ କର୍ଣ୍ଣ ଦାସ, ସାଂସ୍କୃତିକ ବିଭାଗ ପ୍ରମୁଖ ଶ୍ରୀମତୀ ବିଜୟଲକ୍ଷ୍ମୀ ନାୟକ, ସୌମ୍ୟଶ୍ରୀ ଗୁରୁମା, ଶୁଭସ୍ମିତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ଅଭିଭାବକ, ଶିଶୁ ଭାଇ ଭଉଣୀ, ଉପସ୍ଥିତ ଦର୍ଶକ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା । ରାତି ୧୦ ଟା ୩୦ ମିନିଟ୍ ସମୟରେ କାର୍ଯ୍ୟକ୍ରମ ସମାପ୍ତ ହେଲା । ବିଦ୍ୟାଳୟର ପ୍ରଧାନ ଅଚାର୍ଯ୍ୟା ଟୁକୁନି ଗୁରୁମା, ସର୍ବେଶ୍ୱର ଗୁରୁଜୀ, ସତ୍ୟ ଗୁରୁଜୀ, ମମତା ଗୁରୁମା, ରୀନା ଗୁରୁମା, ଚିନ୍ମୟୀ ଗୁରୁମା ପ୍ରଭାତୀ ଗୁରୁମା, ମୀନତି ଗୁରୁମା ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.