ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଇଁ ବୁଧବାର ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରି ଜାଗର ଯାତ୍ରାର ସଭାପତି ଅନନ୍ତ ବିଶ୍ଵାଳଙ୍କ ସଭାପତିତ୍ବ ଓ ସମ୍ପାଦକ ବିରଞ୍ଚି ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ମାଁ ପାଟଖଣ୍ଡା ମନ୍ଦିର ସମ୍ମୁଖରେ ମହାଶିବରାତ୍ରି ଜାଗର ଯାତ୍ରା ପାଇଁ ବୈଠକ ହୋଇଥିଲା । ଏହି ବୈଠକରେ ୧୬ ପହର ନାମଯଜ୍ଞ କରିବା ପାଇଁ ଆଲୋଚନା ହୋଇଥିଲା ଓ କର୍ତ୍ତାଭାବେ ସଂଯୁକ ପଧାନଙ୍କୁ ଚୟନ କରାଯାଇଛି । ଆସନ୍ତା ମାର୍ଚ୍ଚ ୧୦ତାରିଖ ବୁଧବାର କଳସ ଯାତ୍ରା ଓ ଅଧିବାସ, ୧୧ ତାରିଖ ଗୁରୁବାର ଦିନ ନାମାରମ୍ଭ, ମହାଦ୍ଵୀପ ପ୍ରଜ୍ୱଳନ ଏବଂ ୧୩ ତାରିଖ ଶନିବାର ଦିନ ପୂର୍ଣ୍ଣାହୂତି କରିବାକୁ ପୂଜକ ରାଜେନ୍ଦ୍ର ମିଶ୍ରଙ୍କ ଦ୍ୱାରା ତାରିଖ ଧାର୍ୟ୍ୟ କରାଯାଇଛି । ଏହି ଅବସରରେ ଉପରଝର ଗ୍ରାମବାସୀଙ୍କ ସହଯୋଗ କରିଥିଲେ ।