mahavir

ଯୁବତୀଙ୍କ ବଡ ଅଭିଯୋଗ : ଲଭସେକ୍ସ ଧୋକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ ଲଭ୍‌, ସେକ୍ସ, ଲିଭ୍‌ ଇନ୍‌ ଆଉ ତା’ ପରେ ଜନ୍ମ ଦିନରେ ମନ୍ଦିରରେ ବାହାଘର । ଆଉ ଏବେ ଯୁବତୀଙ୍କୁ ନିର୍ଦ୍ଧୁମ ମାଡ଼, ଯାହାକୁ ନେଇ ସଂପୃକ୍ତ ଯୁବତୀ ଜଣକ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁସାରେ ସେ ବଲାଙ୍ଗିର ସୁଦପଡ଼ା ଅଂଚଳର ଯୁବକ ଶୁଭମ ପ୍ରଧାନଙ୍କ ସହ ଦୀର୍ଘ ଦିନ ହେଲା ପ୍ରଥମେ ଲଭ୍‌ ରିଲେସନ୍‌ରେ ଥିଲେ, ତା ପରେ ଲିଭ୍‌ ଇନ୍‌ରେ ରହିଲେ । ଆଉ ଶେଷରେ ଶୁଭମଙ୍କ ଜନ୍ମ ଦିନରେ ସହରର ବେଶ୍‌ ପ୍ରସିଦ୍ଧ ଶିବ ମନ୍ଦିରରେ ବାହା ହୋଇଥିଲେ । ବାହାଘର ପରେ ଶୁଭମ ଓ ସଂପୃକ୍ତ ଯୁବତୀ ଏକା ସାଙ୍ଗରେ ବି ରହୁଥିଲେ । ସବୁ କିଛି ଠିକ୍‌ ବି ଚାଲିଥିଲା । ପରେ ପରେ ଘଟଣାଟି ଭିନ୍ନ ମୋଡ଼ ନେବାରେ ଲାଗିଲା । ଶୁଭମ ଓ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ଆଉ ଜଣେ ଝିଅଙ୍କ ଏଣ୍ଟ୍ରି ହୋଇଥିଲା । ଆଉ ବାସ୍‌ ସେହି କଥାକୁ ନେଇକି ଶୁଭମ ଓ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଏମିତିକି ଶୁଭମ୍‌ଙ୍କୁ ତାଙ୍କ ଘର ଲୋକେ ସେହି ଝିଅଙ୍କ ସହ କଥା ହେବା ପାଇଁ ସାଥ୍‌ ବି ଦେଉଥିଲେ । ଯାହାର ବିରୋଧ କରିଥିଲେ ସଂପୃକ୍ତ ଯୁବତୀ । ଯାହାକୁ ନେଇ ଶୁଭମ, ତାଙ୍କ ବାପା ସଂପୃକ୍ତ ଯୁବତୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଲହୁ ଲୁହାଣ କରିଦେଇଛନ୍ତି ବୋଲି ଯୁବତୀ ଜଣକ କହୋଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଆହୁରି ଯେ, ସଂପୃକ୍ତ ଯୁବତୀଙ୍କ ସହ ଶୁଭମ୍‌ ବାର ବାର୍‌ ଶାରରୀକ ସଂପର୍କ ରଖି ପ୍ରତାରଣା କରିଥିବା ନେଇ ମଧ୍ୟ ଯୁବତୀ ଜଣକ କହିଛନ୍ତି । ଘଟଣାକୁ ନେଇ ଶୁଭମ୍‌ଙ୍କ ମାଁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଘଟଣା ସମ୍ପୂର୍ଣ୍ଣ ମିଛ, ମୋ ପୁଅ ଏହି ଝିଅ ସହ ରିଲେସନ୍‌ରେ ଥିଲା, ଆଉ ଜଣେ ଝିଅ ସହ ବି ଥିଲା, କିନ୍ତୁ ବ୍ରେକପ୍‌ ହେବା ପରେ ଏକା ସଙ୍ଗରେ ନୁହଁ, ଏହି ଦୁଇ ଝିଅ ମୋ ପୁଅକୁ କଥା ହେବା ପାଇଁ ଫୋର୍ସ କରୁଛନ୍ତି ଆଉ ହଇରାଣ କରୁଛନ୍ତି ବୋଲି ଶୁଭମଙ୍କ ମାଁ କହିବା ସହ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ନେଇ ବଲାଙ୍ଗିର ପୋଲିସ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସଂପୃକ୍ତ ଯୁବତୀ ଜଣକ ଦାବୀ କରିଛନ୍ତି ।

Leave A Reply

Your email address will not be published.