mahavir

ସୁବର୍ଣ୍ଣପୁର ଠାରେ ସିଏମ୍ ଟ୍ରଫିର ଉଦଘାଟନ

  • ଭାଗ ନେଲେ ୪୮ ଗୋଟି ଦଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ସହଯୋଗରେ ୧୪ ବର୍ଷ ରୁ କମ “ମୁଖ୍ୟମନ୍ତ୍ରୀ ଟ୍ରଫି” ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି, ଖୋ ଖୋ, ଭଳିବଲ ଚାମ୍ପିୟନସିପ -୨୦୨୬ ଉଦଘାଟିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ ଏହି ଟ୍ରଫିକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, କ୍ରୀଡ଼ାବିତ୍ ଗୋରେଖନାଥ ସାହୁ, କଇଁରୁ ସ୍ଵାଇଁ, ରାମକୁମାର ସାହୁ, ସାଂସଦ ପ୍ରତିନିଧି ସ୍ଵରୂପ ପାତ୍ର, କ୍ରୀଡ଼ାବିତ୍ ଚିତ୍ତରଞ୍ଜନ ତରାସିଆ, ଆଦିତ୍ୟ କିଶୋର ଦାନୀ, ଗଣେଶ ମେହେର, କାଉନସିଲର ଗଙ୍ଗା ତରିଆ, ସୁକାନ୍ତ ସାହୁ, ରାମଧୂନ କ୍ଲବର ଶେଷଦେବ ମେହେର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାକୁ ପିୟୁଷ ପଣ୍ଡା ଓ ସଞ୍ଜୟ ସାହୁ ସଂଯୋଜନା କରିଥିଲେ । ଜିଲ୍ଲାର ୬ଟି ବ୍ଲକର ଭଲିବଲ, କବାଡି, ଖୋ ଖୋରେ ତିନି ଗୋଟି ଇଭେଣ୍ଟରେ ବାଳକ ବାଳିକା ବିଭାଗର ଦୁଇଟି ଲେଖାଏଁ ଟିମ୍, ସମୁଦାୟ ୩୬ ଗୋଟି ଟିମ୍ ଭାଗ ନେଇଥିଲେ ଓ ପୌରପରିଷଦରୁ ସାତ ଗୋଟି ଟିମ୍ ସହିତ ସମୁଦାୟ ୪୮ ଗୋଟି ଟିମ୍ ଆଜିର ସିଏମ ଟ୍ରଫିରେ ଭାଗ ନେଇଥିଲେ । ପିଇଟି ସଞ୍ଜୟ ସାହୁ, ଭୁକୁଲୁ ବକ୍ସି, ରାଜେଶ ଥନାପତି, କଲିମ ମହମ୍ମଦ, ବିପ୍ରଚରଣ ପେରା, ସଂଧ୍ୟାରାଣୀ କ୍ଷେତି, ସଞ୍ଜିବ ସାହୁ, ପ୍ରତିଭା ଭୋଇ, ଶେଷଦେବ ପ୍ରଧାନ, ଅଭିନନ୍ଦନ ପୂଜାରୀ, ଯଶୋବନ୍ତ ପୁଟେଲ୍, ଜଗନ ସେନାପତି ଖେଳ ପରିଚାଳନା କରିଥିଲେ । ଭଲିବଲ୍ ବାଳକରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଚାମ୍ପିଅନ, ରନର୍ସ୍ ଅଫ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର, ବାଳିକା ଭଲିବଲ୍‌ରେ ସରକାରୀ ବାଳିକା ହାଇସ୍କୁଲ ତରଭା ଚାମ୍ପିଅନ, ବାଳକ କବାଡ଼ିରେ ହାଇସ୍କୁଲ ମେଘେଲା ବିଜେତା, ଉପ ବିଜେତାରେ ସାଇକୃପା ଶିକ୍ଷା ନିକେତନ ସୋନପୁର, ବାଳିକା କବାଡ଼ିରେ ସରକାରୀ ବାଳିକା ହାଇସ୍କୁଲ ତରଭା ଚାମ୍ପିଅନ, ଉପ ବିଜେତା ସୋନପୁର ବ୍ଳକ, ଖୋ ଖୋ ବାଳକରେ ସାଇ କୃପା ଶିକ୍ଷା ନିକେତନ ବିଜେତା ଓ ଉପ ବିଜେତା ସୋନପୁର ବ୍ଳକ, ଖୋ ଖୋ ବାଳିକାରେ ସରକାରୀ ବାଳିକା ହାଇସ୍କୁଲ ତରଭା, ଉପ ବିଜେତା ସୋନପୁର ବ୍ଳକ, ଅତିଥି ମାନଙ୍କ ଠାରୁ ପୁରଷ୍କୃତ ହୋଇଥିଲେ । ଆଜି ମନୋନୀତ ହୋଇ ଏହି ଖେଳାଳିମାନେ ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେବେ ବୋଲି କ୍ରୀଡା ସଂଘ ପକ୍ଷରୁ ସୂଚନା ମିଳିଛି । କ୍ରୀଡା ସଂଘର ସଭ୍ୟ ବିକାଶ ପଣ୍ଡା, ଜିଲୁ ସାହୁ, ଚନ୍ଦନ ସାହୁ, ବୁବୁନ ନାଏକ, ବିକାଶ ପାଢୀ, ଚୈତ୍ୟନ୍ୟ ନାଏକ, ନେପାଲ ଦାଣ୍ଡିଆ, ସୋମନାଥ ସାହୁ, ସୋମନାଥ ମିଶ୍ର, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.