mahavir

କଳାଭୂମିର ଦ୍ୱିଦିବସୀୟ ବାର୍ଷିକ ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ କଳାଭୂମିର ଦ୍ୱିଦିବସୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳାଭୂମିର ନିର୍ଦ୍ଦେଶିକା ତଥା ଅଧ୍ୟକ୍ଷା ସୁଚିସ୍ମିତା ବିଶ୍ୱାସଙ୍କ ଅଧ୍ୟକ୍ଷତା, ଅନିଲ ମଲ୍ଲିକ ଓ ସାଉଲିନା ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ଦିବସରେ ଦୀପିକା ମହିଳା ସଂହତିର ଉପସଭାପତି ପ୍ରତିଜ୍ଞା ପଲେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ନୃତ୍ୟ କଳା ଉଭୟ ଶାରିରୀକ ଓ ମାନସିକ ବିକାଶରେ ସହାୟକ ହୁଏ ବୋଲି ମତ ରଖିଥିଲେ । ଇସ୍ପାତ ସହର ଏକ ସଂସ୍କୃତି ସମ୍ପନ୍ନ ସହର ଓ ଭାରତୀୟ ସଂସ୍କୃତିକୁ କଳାଭୂମି ଉଦଜୀବିତ ରଖିବାରେ ଉଦ୍ୟମ ବେଶ୍ ପ୍ରେରଣାଦାୟୀ ଓ ପ୍ରଶଂସନୀୟ ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ବିବେକାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଦିବସରେ ରୋଟାରିଆନ ତଥା ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି ମୁଖ୍ୟ ଅତିଥି, ଆରତୀ ମହାନ୍ତି ଓ ଗୁରୁ ସତ୍ୟନାରାୟଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତ ନାଟ୍ୟମକୁ ପ୍ରଚାର ପ୍ରସାରରେ କଳାଭୂମିର ଭୂମିକା ପ୍ରଶଂସନୀୟ । ଶାସ୍ତ୍ରୀୟ ନୃତ୍ୟ ଆମ ଭାରତୀୟ ସଂସ୍କୃତିରେ ଅନନ୍ୟ ପ୍ରତୀକ । ଉଭୟ ଦିବସରେ ନିର୍ଦ୍ଦେଶିକା ଶ୍ରୀମତୀ ବିଶ୍ୱାସ ସ୍ୱାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଓ ସାଧାରଣ ସମ୍ପାଦିକା ଡ. ଦୀପ୍ତି ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ଭାରତ ନାଟ୍ୟମ ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ । ପ୍ରଫେସର ଚନ୍ଦନ ବିଶ୍ୱାସ ଓ ଅନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଶେଷରେ ଅର୍ଚ୍ଚନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.