mahavir

ଟିଟିଲାଗଡରେ ଧୁମ୍‌ଧାମରେ ପାଳିତ ହେଲା ପର୍ଶୁରାମ ଜନ୍ମୋତ୍ସବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ସହରରେ ଦୁଇଟି ସ୍ଥାନରେ ପର୍ଶୁରାମ ଜନ୍ମୋତ୍ସବ ପାଳନ କରାଯାଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଆ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେହିପରି ଧର୍ମଶାଳାରେ ପର୍ଶୁରାମ ସେବା ସମିତି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ଉଭୟଙ୍କ ପକ୍ଷରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜୟ ପର୍ଶୁରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ସେହି ସମୟରେ ବିଭିନ୍ନ ସ୍ଥାନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଥଣ୍ଡା ପାନୀୟ, ସରବତ, ଦହି ପଣା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.