mahavir

ବୀରମହାରାଜପୁର ଗୁଳିକାଣ୍ଡ ଘଟଣା

  • ଗୁଳିକାଣ୍ଡ ସ୍ଥାନରେ ସାଇଣ୍ଟିଫିକ ଟିମ୍‌ର ଛାନଭିନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉପଜିଲ୍ଲାପାଳ ଅଫିସ୍ ଛକରେ ଗୁଳିକାଣ୍ଡ ଘଟଣାରେ ବଲାଙ୍ଗିରର ସାଇଣ୍ଟିଫିକ୍ ଟିମ୍ ଛାନଭିନ କରି ଫେରିଯାଇଛନ୍ତି । ଘଟଣା ସ୍ଥଳରୁ ଚପଲ ଓ ଖୋକା ଜବତ ହୋଇଛି । ସେପଟେ ଘଟଣା ନେଇଛି ଭିନ୍ନ ମୋଡ଼ । ମୃତ ବିକ୍ରମଙ୍କ ବାପାଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବିନା ଲାଇସେନ୍ସ ବନ୍ଧୁକରୁ ଗୁଳି ହୋଇଥିବା ଆରକ୍ଷୀ ଅଧିକ୍ଷକ ଦେଇଛନ୍ତି ସୂଚନା । ସୂଚନା ଅନୁସାରେ ଗୁରୁବାର ଦିନ ସନ୍ଧ୍ୟା ପ୍ରାୟ ୮ଟା ୩୦ ବେଳେ ଉପଜିଲ୍ଲାପାଳ ଅଫିସ୍ ଛକରେ ଥିବା ଏକ ଚାହା ଦୋକାନ ପଛରେ ଗୁଳି ଫୁଟିବାର ଶବ୍ଦ ହୋଇଥିଲା । ଘଟଣା ସ୍ଥଳରେ ଚମ୍ପାମାଳ ଗାଁର ବିକ୍ରମ ମହାରଣା ଟଳି ପଡ଼ିଥିଲେ । ନିକଟରେ ଥିବା ତାଙ୍କ ସାଙ୍ଗମାନେ ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରିଥିଲେ ଡାକ୍ତର । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ପରେ ଏନେଇ ପ୍ରୀତମ ହୋତା ତାଙ୍କ ପୁଅକୁ ମାରିଥିବା ମୃତକଙ୍କ ବାପାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚାଲିଥିବାବେଳେ ପ୍ରୀତମକୁ ପୋଲିସ ଖୋଜୁଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ତେବେ ଯେଉଁ ବନ୍ଧୁକରୁ ଗୁଳିକାଣ୍ଡ ହୋଇଛି ତାହା ଲାଇସେନ୍ସ ପ୍ରାପ୍ତ ନୁହେଁ ବୋଲି କହିଛନ୍ତି ।

Leave A Reply

Your email address will not be published.