
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦର୍ଲିଗୁଡା ଗ୍ରାମର ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ରଣଜିତ ସେଠଙ୍କ ଧର୍ମପତ୍ନୀ ସୁବିଧା ସେଠଙ୍କ ୬୦ବର୍ଷ ବୟସେ ଅକାଳ ବିୟୋଗ ଘଟିଛି । ସେ ଯୁବ ସାମ୍ବାଦିକ ଜୟନ୍ତ ସେଠଙ୍କ ମା’ ଅଟନ୍ତି । ଅସୁସ୍ଥତା କାରଣରୁ ସ୍ୱର୍ଗତା ସେଠ ପଦ୍ମପୁର ସରକାରୀ ଚିକିତ୍ସାଳୟରେ କିଛିଦିନ ହେବ ଚିକିତ୍ସିତ ହେଉଥିଲେ । ରବିବାର ଦର୍ଲିଗୁଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ସେଠ ଜଣେ ଧର୍ମପରାୟଣା, ସରଳ ସ୍ୱଭାବ, ମିଷ୍ଠଭାଷୀ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ଦର୍ଲିଗୁଡା ଗ୍ରାମ ସହିତ ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଲିଯାଇଛି । ତାଙ୍କ ଅନ୍ତେ ସ୍ୱାମୀ ରଣଜିତ ସେଠ, ପୁଅ ଜୟନ୍ତ ସେଠ, ବୋହୂ ସନ୍ଧ୍ୟାରାଣୀ, ନାତି ସଂଜୟ, ନାତୁଣୀ କାଜଲ, ଝିଅ ଲିଲି ଓ ଜ୍ୱାଇଁ କିଶୋରଙ୍କୁ ଛାଡିଯାଇଛନ୍ତି । ତାଙ୍କ ମର ଶରୀରକୁ ତାଙ୍କ ବନ୍ଧୁ ପରିଜନଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଗ୍ରାମ ନିକଟସ୍ଥ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ଜୟନ୍ତ ସେଠ ମୁଖାଗ୍ନୀ ଦେଇଥିଲେ ।