mahavir

ଗ୍ରାମୀଣ ଲୋକକଳା ମହୋତ୍ସବ – ୨୦୨୬

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଡିଙ୍ଗର କୁଅଁର ଖେଳ ପଡିଆ ଦୁହେଲ ଛକ ଠାରେ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲି ଆନୁକୂଲ୍ୟରେ ଗ୍ରାମୀଣ ଲୋକକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପୁଇଁତଲା ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ରାଜ କିଶୋର ନାଏକ, ବରିଷ୍ଠ କଳାକାର ମଧୁସୂଦନ ନାୟକ, ବ୍ରହ୍ମାନନ୍ଦ ବନଛୋର, ସୁଜିତ କୁମାର ମେର୍ଲି ଓ ଅନୁଷ୍ଠାନର ସଭାପତି ଗୋକୁଳ ବିହାରି କୁଅଁର ମଂଚାସିନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରୋଜ ନାଏକ, ସୁଧିର ନାୟକ ଓ ଦିଲୀପ କୁମାର ଦୀପ । ସାନବଡଙ୍କ ଘୁଡୁକା ନୃତ୍ୟ, ଢୋଲ ମୁହୁରି କଳା ପରିଷଦ, ଦଣ୍ଡ ନୃତ୍ୟ, ଭାଲେର ସ୍କୁଲର ଯୋଗ ନୃତ୍ୟ ବିଶେଷ ଆକର୍ଷଣ ରହିଥିଲା । ଅନୁଷ୍ଠାନ “ନୂଆ ସକାଳ” ନାଟକ ପରିବେଷଣ କରିଥିଲେ । ବିଶେଷ ସହଯୋଗ କରିଥିଲେ ସୁନାବିର ଠେଲା, ମୟ ବିଶି, ଯଦୁନାଥ ବାରିକ, ସୁନାଧର ବଘାର, ଫକିର ହରପାଲ, ହଳଧର ନାଗ ଓ ମନୋଜ ନାଗ । ଅନୁଷ୍ଠାନର ସଂପାଦକ ନବୀନ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.