mahavir

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ଏବଂ ପେନସନଭୋଗୀଙ୍କ ଡିଆର ବୃଦ୍ଧିକୁ ମଞ୍ଜୁର କଲା କ୍ୟାବିନେଟ୍

  • ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲା ୨୦୨୬ରୁ ପିଛିଲା ଭାବେ ଲାଗୁ ହେବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି । ବର୍ଦ୍ଧିତ ଡିଏ ଓ ଡିଆର ଜାନୁଆରୀ ପହିଲା ୨୦୨୬ ଠାରୁ ପିଛିଲା ଭାବେ ଲାଗୁ ହେବ । ମୂଲ୍ୟବୃଦ୍ଧି ବିରୁଦ୍ଧରେ କ୍ଷତିପୂରଣ ଦେବା ପାଇଁ ମୂଳ ଦରମା/ପେନସନ ଉପରେ ବର୍ତ୍ତମାନର ୫୮% ହାର ଉପରେ ୨% ଅତିରିକ୍ତ ଡିଏ ଓ ଡିଆର କିସ୍ତି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟରେ ବୃଦ୍ଧି ହେତୁ ରାଜକୋଷ ଉପରେ ମିଳିତ ଭାବେ ବାର୍ଷିକ ୬୭୯୧.୨୪ କୋଟି ଟଙ୍କାର ଚାପ ପଡ଼ିବ । ତେବେ ଏହାଦ୍ୱାରା ପ୍ରାୟ ୫୦.୪୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୨୭ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସରେ ଗୃହୀତ ସୂତ୍ର ଆଧାରରେ ଏହି ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.