mahavir

ତ୍ରିପୁର ଅଞ୍ଚଳରେ ଫସି ରହିଥିଲେ ବରଗଡ଼ର ୧୬ ଜଣ ଝିଅ : ଉଦ୍ଧାର କଲା ଶ୍ରମ ବିଭାଗ

ବରଗଡ଼, (ମୁନ୍ନା ସାହୁ) : ତ୍ରିପୁର ଅଞ୍ଚଳରେ ଫସି ରହିଥିଲେ ବରଗଡ଼ର ୧୬ ଜଣ ଝିଅ । ସୁରକ୍ଷିତ ଭାବରେ ଉଦ୍ଧାର କଲା ବରଗଡ଼ ଶ୍ରମ ବିଭାଗ । ଶୁକ୍ରବାର ଦିନ ୧୬ ଜଣ ଝିଅ ବରଗଡ଼ ରେଲୱେ ଷ୍ଟେସନକୁ ପହଞ୍ଚିଛନ୍ତି । ତ୍ରିରପୁର ଅଞ୍ଚଳରେ କାମ କରିବାକୁ ଯାଇ ଫସିଯାଇଥିବା ୧୬ ଜଣ ଝିଅ ସୁରକ୍ଷିତ ଭାବେ ବରଗଡ଼ ଫେରିଲେ । ସୂଚନା ଅନୁସାରେ କୌଣସି କାରଣରୁ ସୋହେଲା ଅଞ୍ଚଳର ୧୬ ଜଣ ଝିଅ ଫସିଯାଇଥିବା ଖବର ସାମାଜିକ ଗଣମାଧ୍ୟମରୁ ଦେଖି ଶ୍ରମ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ୧୬ ଜଣ ଝିଅ ସୁରକ୍ଷିତ ଭାବେ ବରଗଡ଼କୁ ଫେରିଛନ୍ତି । ବରଗଡ଼ ରେଲୱେ ଷ୍ଟେସନ ଟ୍ରେନ ଯୋଗେ ସୁରକ୍ଷିତ ଭାବେ ଝିଅମାନେ ପହଞ୍ଚିବା ବେଳେ ସୋହେଲା ବ୍ଲକ ଶ୍ରମ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ତଥା ସାମାଜିକ କର୍ମୀ ପହଞ୍ଚି ଝିଅମାନେ ସେଠାରେ ଥିବା ବେଳେ କେଉଁ ସବୁ ସମସ୍ୟା ରହିଥିଲା ସେନେଇ ଅଧିକ ଆଲୋଚନା କରିଥିଲେ । ତେବେ କଟକ ନିଶ୍ଚିନ୍ତ କୋଇଲି ଅଞ୍ଚଳର ଏକ କଂପାନୀ ସ୍କିଲ ଡେଭେଲଫମେଣ୍ଟ କାମ ପାଇଁ ଏମାନଙ୍କୁ ନେଇଥିବା ବେଳେ ଅନ୍ୟ ରାଜ୍ୟକୁ କାମ ପାଇଁ ନେବା ଘଟଣାରେ ରେଜିଷ୍ଟ୍ରେସନ୍ ନ କରିବା ଶ୍ରମ ଆଇନର ଉଲ୍ଲଘଂନ ବୋଲି ସାମାଜିକ କର୍ମୀ କହିଛନ୍ତି । ତେବେ ଏହି ଘଟଣା ପରେ ସେହି ଅଞ୍ଚଳରେ ଜିଲ୍ଲାର ଅନ୍ୟ ଝିଅମାନେ ସେଠାରେ ରହିଯାଇଛନ୍ତି କି ଏବଂ ଏମାନଙ୍କୁ କାମ ପାଇଁ କିଭଳି ନିଆଯାଇଥିଲା, କେଉଁ ସଂସ୍ଥା ନେଇଥିଲା, କଣ ପ୍ରତିଶ୍ରୁତି ଦିଆଯାଇଥିଲା, ସେନେଇ ପ୍ରଶାସନିକ ସ୍ତରରେ ଅଧିକ ତଦନ୍ତ ଜାରି ରହିଥିବା କୁହାଯାଇଛି ।

Leave A Reply

Your email address will not be published.