
- ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ବାଂଝିପଦର ପଞ୍ଚାୟତ ବେଲପଡ଼ା ଗ୍ରାମର ଦ୍ରୋଣ ବିଶି ବୁଧବାର ସଂଧ୍ୟା ପାଖାପାଖି ପାଞ୍ଚଟା ସମୟରେ ନିଜର ବାଇକ୍ ନମ୍ୱର୍ ଓଡି ୦୮ ଡବ୍ଲୁ ୮୫୦୭ ବିଶିଷ୍ଟ ହୋଣ୍ଡା ଏସ ପୀ ୧୨୫ ଧରି ନିଜର କାମ କରିବା ପାଇଁ ହଳଦୀ ଗ୍ରାମକୁ ଯାଉଥିଲେ । ତେବେ ହଳଦି ନିକଟ ଲକ୍ଷ୍ମୀ ପଦର ରାସ୍ତାରେ ଦ୍ରୋଣଙ୍କ ଦୁର୍ଘଟଣା ହୋଇଥିଲା । ଖବର ପାଇ ଟେଣ୍ଟହାଉସର ମାଲିକ ଶେଷ ଦେବ ପୁଟେଲ୍ ସେଠାରେ ପହଞ୍ଚିଥିଲେ । ଟେଣ୍ଟମାଲିକ ଫୋନ କରି ବେଲପଡ଼ା ଗ୍ରାମର ବିନୋଦ ନାଗଙ୍କୁ ଦ୍ରୋଣ ରୋଡ ଆକ୍ସିଡେଣ୍ଟରେ ମୃତ୍ୟ ବରଣ କରିଛି ବୋଲି ଖବର ଦେଇଥିଲେ । ତେବେ ପରିବାର ଓ ସମ୍ପର୍କୀୟ ଲୋକେ ଆସି ହସ୍ପିଟାଲରେ ପହଞ୍ଚି ଦେଖିଲା ବେଳକୁ ଦ୍ରୋଣର ମୃତ୍ୟୁ ହୋଇସାରିଥିଲା । ତେବେ ପୋଲିସକୁ ଗ୍ରାମବାସୀ ପଚାରିବାରୁ ତିନୋଟି ଝିଅ ସ୍କୁଟିରେ ଯାଉଥିବା ବେଳେ ଦ୍ରୋଣଙ୍କ ବାଇକ୍ ସହ ଧକ୍କା ହେବା ଫଳରେ ଦ୍ରୋଣ ସେଠାରେ ଗୁରୁତର ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେଠାରୁ ପୋଲିସ ଓ ଆମ୍ବୁଲାନ୍ସ ଆସି ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଦ୍ରୋଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁରୁବାର ସକାଳ ଏଗାର ଟାରୁ ବେଲପଡ଼ା ଗ୍ରାମବାସୀ ଟିଟିଲାଗଡ ଥାନାକୁ ଆସି ଯେଉଁ ଝିଅମାନେ ସ୍କୁଟି ନମ୍ବର ଓଡି ୦୩ ଏବି ୮୫୩୧ ବିଶିଷ୍ଟ ସ୍କୁଟିରେ ଧକ୍କାକରି ଦ୍ରୋଣର ଜୀବନ ନେଇଛନ୍ତି ସେମାନଙ୍କୁ ଗିରଫ କରିବା ସହ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ତା’ ସହ ଦ୍ରୋଣଙ୍କ ଘଟଣା ସ୍ଥଳରେ ଫଟୋ ଦେଖିବା ପରେ ଦ୍ରୋଣଙ୍କୁ କିଏ କିଏ ମାଡ ମାରିବା ଯୋଗୁଁ ତାହାର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରୁଛନ୍ତି। ତେବେ ଟିଟିଲାଗଡ ପୋଲିସ ସେହି ତିନି ଝିଅଙ୍କୁ ଡାକି ତଦନ୍ତ କରିବା ସହ ଦୋଷୀଙ୍କୁ ଦଣ୍ଡ ନ ଦେବା ପର୍ଯ୍ୟନ୍ତ ଥାନାରୁ ଆମେ ଯିବୁ ନାହିଁ ବୋଲି ଗ୍ରାମବାସୀ କହୁଛନ୍ତି ।