
ରାଉରକେଲା, (ସସ୍ମିତା ପ୍ରଧାନ) : ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ଜଗଦା ସ୍ଥିତ ମାନବ ସେବା ଆଶ୍ରମରେ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହିତ ଲିନା ତ୍ରିପାଠୀ, ଗରିମା ପତ୍ରୀ, ଅପୂର୍ବ ପାଣ୍ଡେ, ବିଜୟ ସୁନ୍ଦରାୟ, ଶୁଭଶ୍ରୀ ସ୍ୱାଇଁ, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମିତା ମଲ୍ଲିକ , ଶାନ୍ତିଲତା ବେହେରା, ଦେବୀବାଳା ମହାନ୍ତି, ଅନୁପମା ଆଚାର୍ଯ୍ୟ, ନିରୁପମା ନାୟକ, ରିନା ରାଣୀ ସାହୁ, ତାରା କୃଷ୍ଣମୂର୍ତ୍ତି, ମହେଶ ପାଣିଗ୍ରାହୀ, ଶଶିଲତା ହୋତା, ଶର୍ମିଲା ଦୀପ, ଗୌରୀ କୁମ୍ଭାର, କେ. ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଆଶ୍ରମର ଅନ୍ତେବାସୀ ମାନଙ୍କ ସହିତ ପଣା ବଣ୍ଟନ କରିବା ସହ ଅନ୍ତେବାସୀଙ୍କୁ ସକାଳର ଜଳଖିଆ ଏବଂ କିଛି ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ସେହିପରି ସାରନା ଛକ ଠାରେ ମଧ୍ୟ ପଣା ବଣ୍ଟନ କରାଯାଇଥିଲା । ହ୍ୟୁମାନିଟି ଫାଉଣ୍ଡେସନ ଆଗାମୀ ଦିନରେ ଏପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ।