
- ଭାଗନେଲେ ବାଳକ ୧୦ ଦଳ ଓ ବାଳିକା ୬ ଦଳ ବର୍ଗ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡ଼ି ଚାମ୍ପିୟନସିପ୍ ୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ବାଳକ ବର୍ଗରେ ଲୋଇସିଂହା (କ), ଲୋଇସିଂହା (ଖ), ବଲାଙ୍ଗିର, ସଇଁନ୍ତଲା, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ପୁଇଁନ୍ତଲା, ପାଟଣାଗଡ଼, ଆଗଲପୁର, ତୁରେକେଲା ଓ ବାଳିକା ବର୍ଗରେ ପୁଇଁନ୍ତଲା (କ), ପୁଇଁନ୍ତଲା (ଖ), ବଲାଙ୍ଗିର, ପାଟଣାଗଡ଼, ସଇଁନ୍ତଲା, ଟିଟିଲାଗଡ଼ କ୍ରୀଡ଼ାବିତ୍ ଦଳ ଯୋଗଦେଇଥିଲେ । କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଆନୁଷ୍ଠାନିକ ଭାବରେ ଏହାର ଉଦ୍ଘାଟନ କରିଥିଲେ । କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ-ସଂପାଦକ ଶତୃଘ୍ନ ସିଂ, ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ସୁଧିର ଚନ୍ଦ୍ର ପଣ୍ଡା, ପ୍ରଭାତ କୁମାର ମିଶ୍ର, ଡ଼ା. ସିଦ୍ଧେଶ୍ଵର ମିଶ୍ର, ଡା. ଶୁଭମ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ବୁଦ୍ଧିରାଜ ବିଶ୍ୱାଲ, ଜନାର୍ଦ୍ଦନ ସାହୁ, ଯଶୋବନ୍ତୀ ବେହେରା, ଗୋପାଳ ଚନ୍ଦ୍ର ବସ୍ତିଆ, ସନ୍ତୋଷ ମେହେର, ମାଧୁରୀ ପଣ୍ଡା, ସ୍ୱାଗତିକା ବଗର୍ତ୍ତୀ, ସୁଦର୍ଶନ ସେଠ ଓ ଆର୍ଶିବାଦ ସା ପରିଚାଳନା କରିଥିଲେ । ପରିଶେଷରେ କବାଡ଼ି ସଂପାଦକ ବିଭୂତିଭୂଷଣ ପଣ୍ଡା ଧନ୍ୟବାଦ ଦେଇଥିଲେ ।