
ନୋଏଡା : ନକଲି ଇ-କମର୍ସ ୱେବସାଇଟ୍ ଖୋଲିବା ସହ ବ୍ୟାଙ୍କରୁ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡଧାରୀଙ୍କ ତଥ୍ୟ ହାସଲ କରି ଏକ ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ମଙ୍ଗଳବାର ଦିନ ପଶ୍ଚିମ ୟୁପି ଏସଟିଏଫ୍ ଗିରଫ କରିଛି । ଏହି ମାମଲାରେ, ଜାନୁଆରୀ ୨୬ ରେ, ଏସଟିଏଫ ଫରିଦାବାଦରୁ ଚାରିଜଣ ଅପରାଧୀଙ୍କୁ ଗିରଫ କରିଥିଲା । ଗିରଫ ଲୋକଙ୍କଠାରୁ ସାତ ହଜାର ଗ୍ରାହକ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଇତ୍ୟାଦି ତଥ୍ୟ ଉଦ୍ଧାର କରାଯାଇଛି ।
ପଶ୍ଚିମ ୟୁପି ଏସଟିଏଫର ପୋଲିସ ଅଧୀକ୍ଷକ କୁଲଦୀପ ନାରାୟଣ କହିଛନ୍ତି ଯେ ଗତ କିଛି ଦିନ ହେବ ଉତ୍ତରପ୍ରଦେଶ ଏସଟିଏଫକପୁ ସୂଚନା ମିଳିଛି ଯେ, ବିଭିନ୍ନ ବ୍ୟାଙ୍କର ଡେବିଟ୍ ଏବଂ କ୍ରେଡିଟ କାର୍ଡଧାରୀଙ୍କ ତଥ୍ୟ ହାସଲ କରି ଗ୍ରାହକଙ୍କ ଓଟିପି ହାସଲ କରି ସାଇବର ଠକ କୋଟି କୋଟି ଟଙ୍କା ଠକେଇ କରିଛନ୍ତି । ସେ କହିଛନ୍ତି ଯେ, ଅଭିଯୁକ୍ତଙ୍କଠାରୁ ଲାପଟପ୍, ୧୪ ଟି ମୋବାଇଲ୍ ଫୋନ୍, ଡାଏରୀ, ସ୍କର୍ପିଓ କାର୍, ହୋଣ୍ଡା ସିଟି କାର ବ୍ୟତୀତ ୬,୫୯,୦୦୦ ଟଙ୍କା ଜବତ କରାଯାଇଛି।
ଅଧିକାରୀ କହିଛନ୍ତି ଯେ. ଏହି ଗ୍ୟାଙ୍ଗକୁ ଗ୍ରାହକଙ୍କ ତଥ୍ୟ ପ୍ରଦାନ କରୁଥିବା ମହିଳା ଦୀପକ ମଲିକ ଏବଂ ସୁଲେମାନଙ୍କ ପୁଅ ମହମ୍ମଦ ଫାରୁକ୍ ଘଟଣା ଦିନଠାରୁ ଫେରାର୍ ଥିଲେ । ତାଙ୍କ ଗିରଫଦାରୀରେ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ସେ କହିଛନ୍ତି ଯେ, ମଙ୍ଗଳବାର ଦିନ ଏସଟିଏଫ ଉଭୟଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ପ୍ରାୟ ୭୦୦୦ ଗ୍ରାହକଙ୍କ ତଥ୍ୟ ଉଦ୍ଧାର କରାଯାଇଛି । ଏହି ଗ୍ୟାଙ୍ଗରେ ଅନ୍ୟ କେତେକ ଲୋକ ମଧ୍ୟ ଅଛନ୍ତି, ସେମାନଙ୍ଙ୍କୁ ପୋଲିସ ଖୋଜୁଛି ।
