ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ତୁରେକେଲା, (କୈଳାଶ ସଗ୍ରିଆ ) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ବଗବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ପ୍ରସାଦ ସିଂ ଜୁଲାଇ ମାସରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । କରୋନା ମହାମାରୀକୁ ନଜରରେ ରଖି ତାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାକୁ ସ୍ଥଗିତ ରଖାଯାଇଥିଲା । କରୋନା ମହାମାରୀର ନିୟମ ଟିକିଏ କୋହଳ ହେବା ପରେ ଆଜି ବଗବାହାଲ ଗ୍ରାମ ନିକଟସ୍ଥ ଆମ୍ବ ବଗିଚାରେ କୋଭିଡ ନିୟମକୁ ମାନି ଶ୍ରୀ ସିଂଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ବିଆରସିସି କମ ଏବିଇଓ ଫକୀର ଚରଣ ବିଶି, ଏବିଇଓ ରଘୁନାଥ ମହରା, ବିରଞ୍ଚି ନାରାୟଣ ଦାଶ, ସଭାପତି, ଏନପିଏସ, ଭୀମସେନ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସିଂ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହେବା ସତ୍ତ୍ୱେ ନିଜ ଗ୍ରାମ କୁଟୁମ୍ବଦୋଳାରୁ ଆସି ଜଙ୍ଗଲ ଅଧ୍ୟୁଷିତ ବ୍ଳକରେ ଚାକିରିରେ ଯୋଗଦେଇ କୋମଳମତୀ ଛାତ୍ରଛାତ୍ରୀମାନଙ୍କୁ ସକ୍ଷମ କରି ଗଢିତୋଳିବାରେ ବହୁତ ପରିଶ୍ରମ କରିଥିଲେ ଏଣୁ ଏହା ଏକ ଶିକ୍ଷକ ସମାଜର ଗର୍ବର ବିଷୟ ବୋଲି ଅତିଥି ମାନେ ମତ ରଖିଥିଲେ ।ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ କିଛି ପ୍ରୀତି ଉପହାର ପ୍ରଦାନ କରିଥିଲେ । କ୍ଳଷ୍ଟରର ସିଆରସିସି ପ୍ରସନ୍ନ ଲୁହା ସଭା ପରିଚାଳନା ଓ ପ୍ରେମରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟ ପ୍ରକାଶ ସାହୁ, ରବୀନ୍ଦ୍ର ରଥ, ସୁରୁମଣି ମେହେର, ଦେବ ବଗର୍ତ୍ତୀ, ପୀତାମ୍ବର ଲୁହା, ବିନୋଦିନୀ ତାଣ୍ଡି, ଶୁଭଦୀପ୍ତା ଦାଶ, ଟିକେଶ୍ୱରୀ ସେଠ, ପ୍ରେମକାନ୍ତୀ ରାଏ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.