ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଅଘଟଣ । ଦଳି ଦେଲା ପରିବା ବ୍ୟବସାୟୀଙ୍କୁ ଏକ ପିକଅଫ ଭ୍ୟାନ । ଘଟଣା ସ୍ଥଳରେ ଜଣେ ପରିବା କିଣି ବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ପରିବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ଆଜି ଦିନ ୨:୩୦ ମିନିଟ ସମୟରେ ଟିଟିଲାଗଡ଼ ପୋଲିସ ଥାନା ନିକଟରେ ଥିବା ଉଠା ପରିବା ବ୍ୟବସାୟୀ ମାନେ ନିତି ଦିନ ପନିପରିବା ପସରା ଦେଇ ବସିଥିବା ବେଳେ ଏକ ବୋଲେରୋ ପିକଅଫ ଭ୍ୟାନ ହଠାତ ପରିବା ବିକାଳୀଙ୍କ ଉପରକୁ ମାଡି ଆସିଥିଲା । ଦେଖୁ ଦେଖୁ ପରିବା ବିକାଳୀଙ୍କୁ ଦଳି ଦେଇ ଚାଲିଥିଲା । ଅନେକ ଜୀବନ ବିକଳରେ ପଳାଇବାକୁ ସକ୍ଷମ ହୋଇ ଥିବା ବେଳେ କେତେକ ପରିବା ବ୍ୟବସାୟୀଙ୍କ ଉପରକୁ ମାଡି ଯାଇଥିଲା ପିକ ଅଫ ଭ୍ୟାନ। ଅନେକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ଉତ୍ତେଜନ ଦେଖା ଦେଇଛି । ସତ ବେହେରା ଓ ଶ୍ରୀ ହରି ମାଝୀ ଗୁରୁତର ଆହତ ହୋଇ ଥିବା ବେଳେ ଇଚ୍ଛା ବାଗ ନାମକ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି । ଜଣେ ଗୁରୁତରଙ୍କୁ ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।

Leave A Reply

Your email address will not be published.