jsm

ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ

csstore

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ ସ୍ଥାନୀୟ ସୋନା ଉଦ୍ୟାନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଭାପତି ଦିଲ୍ଲୀପ କୁମାର ନାୟକ ପୁରୁଣା କମିଟିକୁ ଭଂଗ କରିବା ସଂଗେ ସଂଗେ ନୂତନ କମିଟି ସର୍ବସମ୍ମତି କ୍ରମେ ଗଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତନ ସାଧାରଣ ସଂପାଦକ ଗୌରାଙ୍ଗ ଦାଶ ସଭ୍ୟମାନଙ୍କୁ ନୂଆ କରି କର୍ମକର୍ତ୍ତା ଚୟନ କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ସଭାପତି ଦିଲ୍ଲୀପ କୁମାର ନାୟକ, ଉପସଭାପତି ସୁଧାକର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଚାନ୍ଦମଣି ନାୟକ, ସାଧାରଣ ସଂପାଦକ ଗୌରାଙ୍ଗ ଚନ୍ଦ୍ର ଦାଶ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ସଂପାଦକ ଦ୍ୱୟ ହେଲେ ପ୍ରମୋଦ କୁମାର ବେହେରା ଓ ମୁରଲୀଧର ଗୌଡ଼ । କୋଷାଧ୍ୟକ୍ଷ ବିଷ୍ଣୁଚରଣ ନାୟକ ଓ ଅଡିଟର ଭାବେ ଲାକନାଥ ଦାସଙ୍କୁ ମନୋନୀତ କରାଯାଇଥିଲା ।

ଏହାପରେ ଆଲୋଚନାରେ ପ୍ରମୋଦ କୁମାର ନାୟକ ହେଗେଡ଼ ରାସ୍ତା ଓ ଅଫିସ ଗୃହ ପାଇଁ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦକ୍ଷିଣ ରାଉରକେଲାର ଏକମାତ୍ର ପିକ୍‌ନିକ୍‌ ସ୍ଥାନ ସୋନା ଉଦ୍ୟାନରେ ପାଣିର ଅଭାବ ଦୃଷ୍ଟରୁ ପିକ୍‌ନିକ୍‌ ଦଳ ପାଣି କିଣି ବଣଭୋଜି କରିଥିଲେ । ଏହାଠାରୁ ଦୁଃଖ ଓ ପରିତାପର ବିଷୟ ଆଉ କ’ଣ ଥାଇପାରେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲିଆସ କିଶୋର ମାନସିଂ, ଏସ୍‌.କେ.ଶର୍ମା, ହାରାଧନ ସିଂହ, ପଦ୍ମଲୋଚନ ଭୋରା, ଏସ୍‌.ଆର୍‌. ପଣ୍ଡିତ, କେ.ଏମ୍‌.ସାମଲ୍‌, ରାସବିହାରୀ ଧଳ, ଏସ୍‌.ସି.ଚୌଧୁରୀ, ସି.ଗୌରାଙ୍ଗ ପାତ୍ର, ପ୍ରକାଶ ସାମନ୍ତରାୟ, ବିରଂଚି ମିଶ୍ର, ସୁକାନ୍ତ ବାରିକ, ଏସ୍‌ଏନ୍‌.ନାଗ, ବ୍ରଜକିଶୋର ଖେରା, କାଳନ୍ଦି ଦାସ, ସୁଶାନ୍ତ ଦାସ, ଭାସ୍କର ଦାସ, ଜି.କେ.ରଥ, ନାରାୟଣ ନାୟକ, ବି.କେ.ନାୟକ, ଟି.ଏନ୍‌.ରାଓ, ବି.କେ.ସେଠୀ, ନବକିଶୋର ଜେନା, ସୁରେନ୍ଦ୍ର ଦାସ, ବିପ୍ରଚରଣ ସିଓ, ବଲ୍ଲଭ ଦାସ, ବି.କେ.ଜେନା, ପି.କେ.ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ଉପସଭାପତି ସୁଧାକର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.