ରୋୟାଲ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆୟୋଜିତ ଓଲିଉଡ଼ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଅମିତ ନାୟକଙ୍କ ଅଭିନୟରେ ଦୁଲୁକିଲା ମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ରୋୟାଲ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆୟୋଜିତ ଓଡିଶା ଡ୍ୟାନ୍ସ ଚାମ୍ପିୟନସିଫ୍ ସିଜନ୍ -୧ କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି । ଓଲିଉଡ଼ ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଓଲିଉଡ଼ କୋରିଓଗ୍ରାଫୋର ଅମିତ ନାୟକଙ୍କ ଅଭିନୟରେ ମଞ୍ଚ ଦୁଲୁକି ଉଠିଥିଲା । ଅନୁଷ୍ଠାନର ମୁଖ୍ୟ ଟି.ସୁରେଶ ରାଓଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଟି. ପଦ୍ମା ଉଦଘାଟନ କରିଥିଲେ । ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଆନ୍ତର୍ଜାତିକ ଓଡିଶୀ ଗୁରୁ ଡ଼ଃ. ଗଜେନ୍ଦ୍ର ପଣ୍ଡା ଏବଂ ନିର୍ଦ୍ଦେଶକ ସୁରେଶ ପ୍ରସାଦ ରଥ, ସ୍ୱର ସଂଯୋଜକ ଅରୁଣ କୁମାର ଶତପଥୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ବିଶେଷ କାର୍ଯ୍ୟରତ ଅଧିକାରୀ ଅମିୟ କୁମାର ଧଳ, ମଧୁସ୍ମିତା ପଟ୍ଟନାୟକ, ଶୁଭଶ୍ରୀ ପ୍ରଧାନ, ବୀରେନ୍ଦ୍ର ନନ୍ଦ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥୀଙ୍କ ଗହଣରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଆକର୍ଷଣରେ ସ୍ୱତନ୍ତ୍ର ଅତିଥି ଓଡ଼ିଆ ସିନେମା ଜଗତର ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ଅମିତ କୁମାର ନାୟକ ଏବଂ ଓଡ଼ିଆ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ ବହୁ ଶିଳ୍ପୀ, ତାରକା, କଳାକାର ମଞ୍ଚରେ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଉତ୍ସବମୁଖର ଭାବେ ପ୍ରଦର୍ଶିତ ହୋଇଥିବା ଏହି ସାଂସ୍କୃତିକଭରା କାର୍ଯ୍ୟକ୍ରମ ଖୁବ୍ ଲୋକାଭିମୁଖୀ ହୋଇ ଉଠିଥିଲା । ସମସ୍ତ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଓଡିଶୀ ନୃତ୍ୟ ଏବଂ ପରେ ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟ ନିର୍ଦ୍ଦେଶକ ଟି. ସୁରେଶ ରାଓଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କାଠପାଦ ନୃତ୍ୟ (ବୁଢ଼ୀ ଠାକୁରାଣୀଙ୍କ) ଗୀତର ତାଳେ ତାଳେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ହୋଇଥିଲା । ଏଥି ସହ ପରେ କୁଚିପୁଡି-ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, ପରିଭେଷଣ ହୋଇ ଦର୍ଶକଙ୍କୁ ବିମୁଗ୍ଧ କରିଦେଇଥିଲା । ନୃତ୍ୟଗୁରୁ ଅମିତ ନାୟକ ଯୋଗଦେଇ ଏଭଳି ଦକ୍ଷ କଳାକାର ମାନଙ୍କୁ ଆଗାମୀ ଦିନରେ ସିନେମାରେ ସୁଯୋଗ ଦିଆଯିବ ବୋଲି ପ୍ରଶଂସା କରି କହିଥିଲେ । ଶେଷରେ ସମସ୍ତ ଜିଲ୍ଲାର ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ସାର୍ଟିଫିକେଟ ଦିଆଯାଇଥିଲା । ନୃତ୍ୟ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି, ସାର୍ଟିଫିକେଟ, ବୃତ୍ତିନାମାରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦେବରାଜ ପ୍ରଧାନ, ନୃତ୍ୟଗୁରୁ ସନ୍ତୋଷ ରେଡ୍ଡୀ, ବନ୍ଦନା ପଣ୍ଡା, ଆର୍‌. ଦେବକୀ ରେଡ୍ଡୀ, ଗାୟତ୍ରୀ ବେହେରା, ଇ. ଅନୀଲ୍, ଦିବାକର ବେହେରା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.