ଦାବିରି ଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

  • ଅସ୍ୱାସ୍ଥ୍ୟକର ପରିବେଶରେ ସ୍କୁଲ ପରିସର
  • ଗାଁ କଲ୍ୟାଣ ସମିତି ନାମକୁ ମାତ୍ର

କଣ୍ଡାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗ୍ରାମରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍‌ ମାରିଛି । ଗାଁର ରାସ୍ତାଘାଟରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନୀତିଦିନ ଗ୍ରାମବାସୀ ବ୍ୟବହାର କରୁଥିବା ଅଳିଆ ଆବର୍ଜନା ପାଣି ଗାଁ ରାସ୍ତା ଉପରେ ଭାସୁଛି । ଏପରିକି ସ୍କୁଲ ପରିସର ମଧ୍ୟ ବାଦ ପଡିନାହିଁ । ଗ୍ରାମବାସୀଙ୍କ ବ୍ୟବହୃତ ମଇଳା ପାଣି ସ୍କୁଲ ମୁଖ୍ୟ ଫାଟକକୁ ମାଡି ବସୁଛି ଫଳରେ କୋମଳମତି ଛାତ୍ରୀଛାତ୍ର ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି । ଗାଁରେ ଗାଁ କଲ୍ୟାଣ ସମିତି କିମ୍ବା ଗ୍ରାମର ୱାର୍ଡ ମେମ୍ବର ଏଥିପ୍ରତି କୌଣସି ପଦକ୍ଷେପ ନ ନେବା ଦ୍ୱାରା ଗ୍ରୀଷ୍ମ ଦିନରେ ମଧ୍ୟ ମଇଳା ପାଣି ରାସ୍ତା ଉପରେ ଭାସୁଛି । ଅନୁସଂଧାନ ମୂଳକ ରିପୋର୍ଟରୁ ଜଣାଯାଏ ଯେ, ଦାବିରି ଗ୍ରାମରେ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ । ଏଥିପ୍ରତି ପଂଚାୟତ ତରଫରୁ ମଧ୍ୟ ପଦକ୍ଷେପ୍ ନିଆଯାଉନାହିଁ । ଗ୍ରାମର ଜନସାଧାରଣଙ୍କ ବ୍ୟବହୃତ ମଇଳା ପାଣି ରାସ୍ତା ଉପରେ ଭାସୁଛି । ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକକୁ ମଇଳା ପାଣି ପଶୁଛି ସେହିପରି ଗାଁ କେନ୍ଦ୍ରସ୍ଥଳରେ ଥିବା ପ୍ରହରୀ ମଣ୍ଡପକୁ ମଧ୍ୟ ମଇଳା ପାଣି ପଶୁଛି ହେଲେ ସ୍କୁଲ କତ୍‌ର୍ତ୍ତୃପକ୍ଷ କିମ୍ବା ଗ୍ରାମବାସୀ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଗାଁରେ ଦୁଇ ଗୋଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଗାଁର ପରିମଳ ବ୍ୟବସ୍ଥା ପାଇଁ ଏକ ଗାଁ କଲ୍ୟାଣ ସମିତି ମଧ୍ୟ ରହିଛି ହେଲେ ସ୍ୱଚ୍ଛ ପରିବେଶ ପାଇଁ ଗାଁ ଅନୁଦାନ ଆସୁ ନ ଥିବା କେତେକ ସାମାଜିକ କର୍ମୀ କହୁଥିବା ବେଳେ ଆଙ୍ଗନୱାଡି (ଖ) ସେଂଟର କର୍ମୀଙ୍କୁ ପଚାରିବାରୁ ଗାଁରେ ଥିବା (କ) ସେଂଟରଙ୍କ ନାମରେ ଗାଁ କଲ୍ୟାଣ ସମିତି ରହିଛି । ମୁଁ ଜଣେ ନୂତନ କର୍ମୀ, ମୋ ନାମରେ ଗାଁ କଲ୍ୟାଣ ସମିତି ନାହିଁ ତେଣୁ ମୁଁ କୌଣସି ଅନୁଦାନ ଆସୁଛି କି ନାହିଁ ଜାଣେ ନାହିଁ । ଏ ବିଷୟରେ (କ) ସେଂଟରର କର୍ମୀ କହିପାରିବେ । (କ) ସେଂଟର କର୍ମୀଙ୍କୁ ଯୋଗାଯୋଗ କରିବାରୁ ଯୋଗାାଯାଗ ହୋଇପାରି ନାହିଁ । ଗାଁର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ ମାରିଥିବା ବେଳେ ଗାଁରେ ପଂଜିକୃତ ଯୁବକ ସଂଘ ମଧ୍ୟ ରହିଛି ହେଲେ ସେମାନଙ୍କ ମଧ୍ୟ ଭୂମିକା ସ୍ୱଚ୍ଛ ଭାରତ ପ୍ରତି ରହିବା ଉଚିତ ବୋଲି ଜଣେ ବୈଜ୍ୟଷ୍ଠ ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.