ନୃସିଂହନାଥରେ କନ୍ଧବୁଢ଼ା–କନ୍ଧେନବୁଢ଼ୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥରେ ଆସନ୍ତା କନ୍ଧବୁଢ଼ା–କନ୍ଧେନବୁଢ଼ୀ ତଥା ଦେବଦେବୀଙ୍କ ଚତୁର୍ଥ ବାର୍ଷିକ ପୂଜନ ମହୋତ୍ସବକୁ ନେଇ ଏବେ ଠାରୁ ଭକ୍ତିମୟ ଓ ଉତ୍ସବମୟ ପରିବେଶ ଦେଖିବାକୁ ମିଳୁଛି । ଯମୁନା କାନ୍ଦୁଣୀ ଆଦିକନ୍ଧ ସମାଜ, ନୃସିଂହନାଥ, ପଦ୍ମପୁର ପକ୍ଷରୁ ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ସଭାପତି, ସମ୍ପାଦକ ଓ ସମସ୍ତ ଜାତିଭାଇଙ୍କ ଉପସ୍ଥିତିରେ କନ୍ଧ କନ୍ଧୁଣୀ ମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ନିର୍ମଳ ଗହୀରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ପୂଜାକୁ ଐତିହ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ବିସ୍ତୃତ ଯୋଜନା ହୋଇଥିଲା । ଆସନ୍ତା ଏପ୍ରିଲ ୧୪ ମଙ୍ଗଳବାର ଦିନ ସମାଜର ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠାନ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ପାଦକ ଜୟନ୍ତ ଦୁଧେକାଙ୍କ ସହ ସମସ୍ତ କର୍ମକର୍ତ୍ତା ବୈଠକରେ ଉତ୍ସାହପୂର୍ଣ୍ଣ ଭାବେ ସାମିଲ ହୋଇ ପୂଜାର ସୁଚାରୁ ପରିଚାଳନା, ଶୃଙ୍ଖଳା ବ୍ୟବସ୍ଥା ଓ ସମସ୍ତ ବ୍ୟବସ୍ଥାପନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତ ଦେଇଥିଲେ । ଏହି ଅବସରରେ ସମସ୍ତ ଜାତିଭାଇ ମାନଙ୍କ ମଧ୍ୟରେ ଏକତା ଓ ସଂସ୍କୃତିକ ଗୌରବକୁ ଆଉ ଦୃଢ଼ କରିବା ପାଇଁ ଆହ୍ୱାନ କରାଯାଇଥିଲା ।

Leave A Reply

Your email address will not be published.