ପ୍ରସିଦ୍ଧ ଦୟଣାଚୋରି କୁଞ୍ଜ ମେଳଣ ପାଇଁ ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରି ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରି କୁଞ୍ଜ ମେଳଣ ଜମାଣ ଉତ୍ସବ ଏପ୍ରିଲ ୧ ଆର୍ଥାତ ଶ୍ରୀ ଶିବ ଓ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ବୁଧବାର ମଧ୍ୟ ରାତ୍ରରେ ଜମିବ । ଏପ୍ରିଲ ୪ ତାରିଖ ଶନିବାରରେ ମେଳଣ ଉଦଯାପିତ ହେବ । ୪ ଦିନ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ, ଗୋଟିପୁଅ ନୃତ୍ୟ, ପାଇକ ଆଖଡ଼ା, ମେଲୋଡି, ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଦୟଣାଚୋରି ସାହିତ୍ୟ ଆସର -୨୦୨୬ ଅନୁଷ୍ଠିତ ହେବ । ଚଳିତ ବର୍ଷ ଦୟଣାଚୋରି ଯାତ୍ରା କୁଞ୍ଜମେଳଣ ଉତ୍ସବକୁ ଅଧିକ ସରସ ସୁନ୍ଦର, ଆକର୍ଷଣୀୟ, ଶାନ୍ତିପୂର୍ଣ୍ଣ ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ, ଉଭୟ ମଠ କତ୍‌ର୍ତ୍ତୃପକ୍ଷ ଏବଂ ମେଳଣ ସାଂସ୍କୃତିକ ପରିଷଦ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ବୈଠକ ସୋମବାର ଅପରାହ୍ନରେ ଘୋରଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଡିସ୍‌ନାଲ୍‌ ଏସ୍‌ପି ସଚିନ ପଟେଲ, ପିପିଲି ଏସ୍‌ପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଓଆଇସି ମମତା ବିଶ୍ଵାଳ ଏବଂ ସ୍ଥାନୀୟ ପୋଲିସ ସହାୟକ କେନ୍ଦ୍ର ଅଧିକାରୀ କୁଳମଣି ବେହେରା, ଘନିପୁର ପଂଚାୟତ ସରପଞ୍ଚ କାମିନୀ ରାଉତରାୟ, ସମିତିସଭ୍ୟା ରାଜଲକ୍ଷ୍ମୀ ବେହେରା, ସାଉରିଆ ସରପଞ୍ଚ ପ୍ରଭାତୀ ବେହେରା, ସମିତିସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ, ଉଭୟ ମଠ ପରିଚାଳକ ପ୍ରହଲ୍ଲାଦ ବଳିୟାରସିଂହ, ସମାଜସେବୀ ବିଧାନ ଚନ୍ଦ୍ର ରାୟ, ୱାୟିଦି ଖାଁ, ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ଶଶିଶେଖର ରାୟ ପ୍ରଦୀପ ଗାଗା ବଳିୟାରସିଂହ ପ୍ରମୁଖ ସମେତ ରଙ୍କନିଧି ବେହେରା, ପ୍ରସନ୍ନ କୁମାର ସାହୁ, ଅର୍ଜୁନ ପାଳ, ରାଜକିଶୋର ବେହେରା, ମହମ୍ମଦ ମୁସ୍ତାକ, ସାଇଦି ମହମ୍ମଦ, ମହେନ୍ଦ୍ର ଜେନା ସହ ବିଭିନ୍ନ ସାହି ଭାଡ଼ିର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.