ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟରେ ଥିବା ଭାଲିଆତୋଟା ପାଣି ଟାଙ୍କି ନିକଟରେ ଅଜଣା ଗାଡି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବିଷମ କଟକରୁ ଏକ ପଲ୍ସର୍ ବାଇକ୍ ଓଡି ୧୮ ପି ୯୪୦୨ରେ ରାୟଗଡ଼ା ଅଭିମୁଖେ ଯାଉଥିବା ପାଣି ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ଦେବା ଫଳରେ ଚାଳକ ଓ ସହଯାତ୍ରୀ ଯୁବତୀଙ୍କ ମୁତ୍ୟୁ ହୋଇଛି । ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ଜୀବନ ଚାଲି ଯାଇଥିବା ଜଣାପଡିଛି । ସୂଚନା ମୁତାବକ ସେମାନେ ବିଷମ କଟକରୁ ରାୟଗଡ଼ା ଯାଉଥିବା ବେଳେ ଅଜଣା ଗାଡ଼ି ତାଙ୍କ ବାଇକକୁ ପଛ ପଟୁଧକ୍କା ଦେଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Prev Post