୧୫୦୦ ବୋତଲ କଫ ସିରପ ଜବତ : ୩ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୋଲିସ ପାଖରେ ଆଜି କୌଣସି ସୂତ୍ରରୁ ଖବର ପହଞ୍ଚିଲା ଯେ, ଭୁବନେଶ୍ୱରରୁ ଡୁଙ୍ଗୁରିପାଲି ଯାଉଥିବା ଆଲୋକ ନାମକ ଏକ ଘରୋଇ ବସ୍‌ରେ କଫ ସିରଫ ଚୋରା ଚାଲାଣ ହେଉଛି । ତୁରନ୍ତ ରାମପୁର ପୋଲିସ ଆଇଆଇସି ଡୋଳାମଣି ନାଏକ ଏବଂ ତାଙ୍କ ଟିମ ଦ୍ୱାରା ରାମପୁର ମହିଳା ମହାବିଦ୍ୟାଳୟ ବସଷ୍ଟାଣ୍ଡ ପାଖରେ ଗାଡିକୁ ଅଟକାଇ ଯାଞ୍ଚ କରାଯିବାରୁ ସେଥିରେ କଫ ସିରଫ ଥିବା ଜଣା ପଡିଥିଲା । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାକୁ ଯାଞ୍ଚ କରାଯିବାରୁ ସେଥିରୁ ୧୫୦୦ ବୋତଲ କଫ ସିରଫ ଥିବା ଜଣାପଡିଥିଲା । ତା ସହ ତାହାକୁ ଚାଲାଣ କରୁଥିବା ୩ ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁମୁଣ୍ଡାର ଉମେଶ ସାହୁ ଏବଂ ବଲାଙ୍ଗିର ବରପାଲି ପଡ଼ାର ଅମ୍ବିତ ନାୟକ ଓ ବଲାଙ୍ଗିର ରାଧାରାଣୀ ପଡ଼ାର ଆଶିଷ ବର୍ଗେ । ଏହି କଫ ସିରଫକୁ ସେଠାରୁ ବଲାଙ୍ଗିର ଓ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଲାଣ କରାଯାଇଥାନ୍ତା ବୋଲି ଏସ୍‌ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.