ବ୍ରହ୍ମାକୁମାରୀ ତରଫରୁ ରାଉରକେଲାରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମାକୁମାରୀଜ୍ ରାଜଯୋଗ ଧ୍ୟାନ କେନ୍ଦ୍ର, ସେକ୍ଟର ୫ ଗୋଲଘର ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହାକୁ ଆଇଏମଏ ରାଉରକେଲା ସିଟି ବ୍ରାଞ୍ଚ ଓ ଆରଜିଏଚ ଡାକ୍ତରମାନଙ୍କ ସହଯୋଗରେ ସଫଳ ଭାବେ ପରିଚାଳିତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତାନ୍ତୀ ଉଦ୍‌ଘାଟନ କରିଥିଲେ । ସେ ଏହିପରି ସେବାମୂଳକ ପ୍ରୟାସକୁ ସ୍ୱାଗତ କରି ଆୟୋଜକ ଓ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଶିବିରରେ ୧୦୦ରୁ ଅଧିକ ରୋଗୀ ନିଶୁଳ୍କ ସେବା ପାଇଥିଲେ । ରକ୍ତ ଶର୍କରା, ରକ୍ତଚାପ, ଚକ୍ଷୁ, ନ୍ୟୁରୋଲୋଜିକାଲ୍ ଓ ଅର୍ଥୋପେଡିକ୍ ସମସ୍ୟାର ପରୀକ୍ଷା ଓ ପରାମର୍ଶ ଦିଆଯାଇଥିଲା । ସେବା ଯୋଗାଇଥିବା ଡାକ୍ତରମାନେ ହେଲେ ଚକ୍ଷୁ ବିଶେଷଜ୍ଞ ଡା. ରବୀନ୍ଦ୍ର କୁମାର ମହାତୋ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ସତ୍ୟଜିତ ପଣ୍ଡା, ଔଷଧ ବିଶେଷଜ୍ଞ ଡା. ସୁରେଶ ବନ୍ସାଲ, କିଏସେ ର ଅଧ୍ୟକ୍ଷ ଡା. ପଣ୍ଡିତ ସାହୁ, କିଏସେ ର ସଚିବ ଡା. ଦୁଖିଆ ମୁର୍ମୁ, ଡା. ପ୍ରଦୀପ ରଥ, କ୍ୟାଜୁଆଲିଟି ଡା. ଅମିତ କୁମାର ମହାପାତ୍ର, ଛାତି ଓ ଟିବି ଡା. ଭବାନୀ ଶଙ୍କର ରାଉତ ସୋରେନ, ସର୍ଜରୀ ଡା. ଜି.ବି. ବେହେରା, କ୍ୟାଜୁଆଲିଟି ଡା. ନିଶିଶ ଶତପଥୀ, ଅର୍ଥୋପେଡିକ ଡା. ଅମରେଶ ଜେନା, ଏମଡି ଡା. ଅନ୍ୱେଷା ଦେ ପ୍ରମୁଖ ଚିକିତ୍ସା ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହିମାନ୍ଶୁ ଶେଖର ସାମଲ, ଅଜିତ କୁମାର ପରିଡ଼ା,ସବିତା ଆଚାର୍ଯ୍ୟ, ନିରୁପମା ସାହୁ, ସୁଶାନ୍ତ କୁମାର ସାହୁ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ସହଯୋଗ କରିଥିଲେ । ଏହି ଅବସରରେ ସେବାକେନ୍ଦ୍ର ମୁଖ୍ୟ ବିକେ ଅଞ୍ଜଳି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଡାକ୍ତରମାନେ ଚିକିତ୍ସାର ମାଧ୍ୟମ, କିନ୍ତୁ ସେମାନେ ଯଦି ପରମାତ୍ମାଙ୍କ ସହିତ ଯୋଗ ରଖନ୍ତି, ତେବେ ସେମାନଙ୍କ ସେବା ଆହୁରି ପ୍ରଭାବଶାଳୀ ହୁଏ ଓ ରୋଗୀମାନଙ୍କ ପାଇଁ ଅଧିକ ଉପକାରୀ ହୁଏ । ଶିବିରଟିକୁ ବ୍ରହ୍ମାକୁମାରୀର ଭାଇ ଓ ଭଉଣୀମାନେ ସମ୍ମିଳିତ ଭାବେ ସୁଚାରୁ ଭାବରେ ପରିଚାଳନା କରିଥିଲେ । ଶେଷରେ, ବ୍ରହ୍ମାକୁମାରୀଜ୍ ପକ୍ଷରୁ ସମସ୍ତ ଡାକ୍ତର ଓ ମୁଖ୍ୟଅତିଥି ଶ୍ରୀ ତନ୍ତୀଙ୍କୁ ଇଶ୍ୱରୀୟ ଉପହାର ପ୍ରଦାନ କରି ଧନ୍ୟବାଦ ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ରାଜଯୋଗ ଧ୍ୟାନ ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ସନ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.