ଦଧିବାମନ ନାଟ୍ୟ କଳା ପରିଷଦ ଯୋଗୀସର୍ଡ଼ାର ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ରାମ ନବମୀ ତିଥିରୁ ରାମଲୀଳା ମହୋତ୍ସବ ଆୟୋଜନ ନିମନ୍ତେ ପଶ୍ଚିମ ଓଡିଶାର ସର୍ବ ପୁରାତନ ଯୋଗୀସର୍ଡ଼ା ସ୍ଥିତ “ଦଧିବାମନ ରାମଲୀଳା ନାଟ୍ୟ କଳା ପରିଷଦ” ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୧୯୩୧ ମସିହାରୁ ଆରମ୍ଭ ହୋଇଥିବା ଏହି ରାମଲୀଳା ମହୋତ୍ସବ ଚଳିତ ବର୍ଷ ୯୫ ବର୍ଷରେ ପଦାର୍ପଣ କରିଛି । ଚଳିତ ମାର୍ଚ୍ଚ ୨୭ରୁ ୧୪ ଦିନ ବ୍ୟାପୀ ଏହି ରାମଲୀଳା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି । ସ୍ଥାନୀୟ ରାମ ମନ୍ଦିର ଠାରେ ଅନୁଷ୍ଠାନର ସଭାପତି ଲକ୍ଷ୍ମଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ସୀତାକାନ୍ତ ମିଶ୍ର, କୋଷାଧକ୍ଷ ଶୁଭମ କରନ, ଗୋବିନ୍ଦ ପଧାନ, କିରଟି ପଧାନ, ଚିନ୍ତାମଣି ପଧାନ, ଶିବଶଙ୍କର ସାହୁ, ରଞ୍ଜନ ମନହୀରା, ଶ୍ରୀକାନ୍ତ ତ୍ରିପାଠୀ, ମହେଶ ତ୍ରିପାଠୀ, ସିଲୁ ବାରିକ, ରାଜା ତ୍ରିପାଠୀ, ଆନନ୍ଦ ସାହୁ, ଧନୁଜ ପଧାନ, ହରିସେବକ ମିଶ୍ର, ରଞ୍ଜନ ମଲ୍ଲିକ, କେଦାର ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.