ୟଙ୍ଗ ଷ୍ଟାର କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବାହାଲରେ ସୋମବାର ଦିନ ୟଙ୍ଗ ଷ୍ଟାର କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ ଗୁଡ଼ଖାପଲା ଓ କେନ୍ଦୁଘାଟ ମଧ୍ୟରେ ହୋଇଥବା ବେଳେ ଦ୍ବିତୀୟ ମ୍ୟାଚ ଅର୍ଜୁନପୁର ଓ ପାଣ୍ଢେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚଗୁଡ଼ିକୁ ଭକ୍ତ କୁଦେଇ, ସୁବୋଧ ବାଗ, ଶ୍ରୀକାନ୍ତ ସା, ଅକ୍ଷୟ ଭୋଇ, ସହଦେବ ବାରିକ, ଉମାକାନ୍ତ ଭୋଇ, ନରେଶ କୁଦେଇ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଜୟ ରଣା, ସମ୍ମାନୀତ ଅତିଥିଭାବେ ଶରତ ଭୋଇ, ସୁଦାମ ସାହୁ, ସଚ୍ଚିକାନ୍ତ ହେର୍ଣ୍ଣା ଏବଂ ମୁଖ୍ୟବକ୍ତା ଭାବେ ଅଞ୍ଚଳର ଜଣାଶୁଣା ଶିକ୍ଷାବିତ୍‌ ପ୍ରମୋଦ ସା ଯୋଗ ଦେଇଥିଲେ ।

Leave A Reply

Your email address will not be published.