ଭାରସାମ୍ୟ ହରାଇ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ଚାଳକ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ସମୟ ପାଖାପାଖି ରାତି ୮ଟାରେ କଣ୍ଟାବାଞ୍ଜି ବିକାଶ ସ୍କୁଲର ବସ୍‌ କୁମ୍ଭାରଖୁନକୁ ଆସୁଥିବା ସମୟରେ ବାଗଦୋର ଗ୍ରାମ ପଞ୍ଚାୟତର ଥୁଡିବାହାଲ ଓ ବନମାଲ ମଝି ଏକ କ୍ରସିଂ ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତା ସହ ସ୍କୁଲ ବସ୍‌ଟି ଦ୍ରୁତଗତିରେ ଥିବା ଅନୁମାନ କରାଯାଉଛି । କାରଣ ବସର ଚାରି ଚକ ପୁରା ଉପରକୁ ଉଠି ଯାଇଥିବାର ଦେଖିବାକୁ ମିଳିଛି । ସୌଭାଗ୍ୟବଶତଃ ଗାଡିରେ ଛାତ୍ରଛାତ୍ରୀ କେହି ନଥିଲେ । କେବଳ ଡ୍ରାଇଭର ଓ ହେଲପର ଥିବା ଜଣାପଡିଛି । ଏହି ଦୁଇଜଣ ମଧ୍ୟ ଅଧିକ ଆହତ ହୋଇ ନଥିବା ଜଣାପଡିଛି । ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଏମିତି ବେପରୁଆ ଡ୍ରାଇଭରଙ୍କୁ କେମିତି ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟରେ ନିୟୋଜିତ କରିଛନ୍ତି ।

Leave A Reply

Your email address will not be published.