ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ସହରର ବାଲାଜୀ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ତରଫରୁ ପବିତ୍ର ଚୈତ୍ର ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହିନ୍ଦୁ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସାମୂହିକ ହନୁମାନ ଚାଲିଶା ପାଠ କରାଯାଇଥିଲା । ପୂଜା ପରେ ମହାଆଳତୀ ଅନୁଷ୍ଠିତ ହେଇଥିଲା । ପରେ ନିକଟରେ ନବ ମନୋନୀତ ହୋଇଥିବା ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଜିଲ୍ଲା ସଭାପତି ଶରତ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ରାଜ୍ୟ କୋଡିନେଟର ବଳଦେବ ବେଦବାକ, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ରାଜ୍ୟ ପରିଷଦ ସଦସ୍ୟ ସୁରେଶ ପାତ୍ର, ଜଗନ୍ନାଥ ତ୍ରିପାଠୀ, ବାପି ଦାସ, କେଦାର ଦାସ, ଜିତେନ୍ଦ୍ର ମହାପାତ୍ର, ଦଶରଥ ମହାକୁଡ଼ , ଶିବ ସେଠି, ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣିମା ସା, ନିରୁପମା ପରଡିଆ, ସ୍ମିତା ମେହେର ଓ ବିଶ୍ୱସୁନ୍ଦରୀ ବାଘଙ୍କ ସହ ଅନେକ ମହିଳା ଯୋଗ ଦେଇଥିଲେ ।

Leave A Reply

Your email address will not be published.