ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା: (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦର୍ଶୀ ତରଫରୁ ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ସୁଜାତା ସାହୁ ଓ ସମ୍ପାଦିକା ରଶ୍ମିରେଖା ମିଶ୍ରଙ୍କ ଆବାହକତ୍ୱ ଅର୍ଚ୍ଚନା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ରବି ରାୟ, କମଲ ଅଗ୍ରୱାଲ ଓ ୱଟରକ୍ରାଫ୍ଟର ନିର୍ଦ୍ଦେଶିକା ନିହାରିକା ବସ୍ତିଆ, ପ୍ରଜ୍ଞା ପରମିତା ଦାସ, ନରେନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଛାତ୍ରୀ ଓ ମହିଳାଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ଓ ନାରୀ ସମ୍ପର୍କରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବେ ଡ. ସୁଷମା ମୋଦୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସୁମିତ୍ରା ମିଶ୍ର ପ୍ରମୁଖ ଦାୟିତ୍ଵ ତୁଳାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ନାୟକ, ସବିତା ପରିଡ଼ା, ସ୍ୱାଗତିକା ପଣ୍ଡା, ପଦ୍ମିନୀ ସାହୁ, ସୁଜାତା ପାଣିଗ୍ରାହୀ, ସଂଯୁକ୍ତା ଜେନା, ଶିବାନୀ, ରିଙ୍କି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ, ବର୍ଷା ପଲେଇ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । (ଭାରତ ବିକାଶ ପରିଷଦ) ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭାରତ ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ବନ୍ଦିତା ମାହତୋଙ୍କ ଆବାହକତ୍ୱ ଓ ମହିଳା ଆବାହିକା ମଞ୍ଜୁ ମେହେରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତିର ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ମୁଖ୍ୟଅତିଥି ତଥା ପରିଷଦର ମହିଳା ସଚିବ ଡ. କଲ୍ୟାଣୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ଆଭିମୁଖ୍ୟ ଓ ମହିଳା ସଶକ୍ତିକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗୁରୁମା ରଶ୍ମିବାଳା ସାମଲ, ସୁମିତ୍ରା ସିଂ ଓ ଅଙ୍ଗନବାଡି କର୍ମୀ ଶୁକ୍ରା ମୁଣ୍ଡା, ଲିଲା ତନ୍ତୀ, ସରୋଜିନୀ ଏକ୍କା, ନଳିନୀ ଲାକ୍ରା, ଯୋଶି ଲାକ୍ରା, ହୀରା ତନ୍ତୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ସଂପାଦକ ବୈଷ୍ଣବ ଚନ୍ଦ୍ର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ, ପରିଷଦ ପକ୍ଷରୁ ରବି ଦାସ, ଡ଼ା. ରାମଚନ୍ଦ୍ର ମେହେର, ଅଞ୍ଜୁ କକ୍କଡ, ଗୀତା ଦାସ, ପାର୍ବତୀ ଶତପଥୀ, ସ୍ନେହଲତା ପାତ୍ର, ପ୍ରାଞ୍ଜଳୀ ନାଗ, ମାନା ନାୟାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପରିଷଦର ସମ୍ପାଦିକା ବନ୍ଦିତା ମାହତୋ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.