mahavir

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଓଡ଼ିଆ ବିଭାଗ ଦ୍ୱାରା ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ଯୋଗଦେଇ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ, ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଜନସାଧାରଣ ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ବ୍ୟବହାର କରୁଥିବେ ସେ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଏଥିରେ ସଭାପତିତ୍ୱ କରିବା ସହିତ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅତୀତ ଓ ବର୍ତ୍ତମାନର ପ୍ରୟୋଗ ବିଧି ସଂପର୍କରେ ଆଲୋଚନା କରିଥିଲେ । ହିନ୍ଦୀ ବିଭାଗର ପ୍ରଫେସର ଡକ୍ଟର ବିଜୟ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାଂପ୍ରତିକ ପରିପ୍ରେକ୍ଷୀରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ଅଧ୍ୟାପକ ଡକ୍ଟର ଅଶୋକ ମହାରଣା ଯୋଗଦେଇ ଓଡ଼ିଆ ଭାଷାର ପ୍ରାୟୋଗିକ ଦିଗ ସଂପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଆଶୀର୍ବାଦ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସୁମନ୍ତ ରଣା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.