ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଳକ ଅନ୍ତର୍ଗତ ପଞ୍ଚୁଦୋଳ ଯାତ୍ରାରେ ୧୩ଟି ଠାକୁରଙ୍କ ମହାମିଳନ ଏବଂ ହରିହର ଭେଟ ହୋଇଛି । ଯାହାକୁ ନେଇ ୧୬ ନଂ ଜାତୀୟ ରାଜପଥ ଉତ୍ସବ ମୁଖର ହୋଇଉଠିଥିଲା । ଯାତ୍ରା ଅବସରରେ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମର ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ସ୍ଵାମୀ ଖଟୁଆ କୁଦା ଗ୍ରାମର ଶ୍ରୀ ଶ୍ରୀ ରାଜ ଗୋପାଳ ସ୍ଵାମୀ, ହୁମ୍ମା ବଡ଼ ସାହିର ଶ୍ରୀ ମଦନମୋହନ ସ୍ଵାମୀ, ହୁମ୍ମା ବଡ଼ ସାହି (ପାଣିଗ୍ରାହୀ) ଶ୍ରୀ ଗୌରୀ ଗଦାଧର ସ୍ଵାମୀ, ମଲାଡ଼ ପଞ୍ଚାୟତ ଲୁଙ୍ଗୁରୀ ଗ୍ରାମର ଶ୍ରୀ ରାଧାକୃଷ୍ଣ ସ୍ଵାମୀ, କାଇଁଚ ପୁର ପଞ୍ଚାୟତ ଝାଡ଼କୁଦା ଗ୍ରାମର ଶ୍ରୀ ରାଧାକୃଷ୍ଣ ସ୍ୱାମୀ, ଗୋପିନାଥ ସାହି ହୁମ୍ମାର ଶ୍ରୀ ଗୋପିନାଥ ସ୍ଵାମୀ, ହୁମ୍ମା ପଞ୍ଚାୟତର କଳା ଯମୁନା ଗ୍ରାମର ଶ୍ରୀ ରାଧାକୃଷ୍ଣ ସ୍ୱାମୀ, ହୁମ୍ମା ମାତା ମଠର ଗିରିଧାରୀ ସ୍ଵାମୀ, ହୁମ୍ମା ରେଡି ସାହିର ରାଧା ମାଧବ ସ୍ଵାମୀ, ହୁଷା କୈବର୍ତ୍ତ ସାହିର ରାଧାକୃଷ୍ଣ ସ୍ଵାମୀ, ସୁବଳୟା ପଞ୍ଚାୟତର ବେଲପଡ଼ାର ରାଧାକୃଷ୍ଣ ସ୍ଵାମୀ ସମସ୍ତ ଠାକୁରମାନଙ୍କୁ ବିରାଟ ଶୋଭାଯାତ୍ରାରେ ଗିନି ମୃଦଙ୍ଗ, ଯୁବଗୋଷ୍ଠୀ ଦ୍ୱାରାଙ୍କ ଆଧୁନିକ ନୃତ୍ୟ ମାଧ୍ୟମରେ ଗଡ଼ ହୁମ୍ମା ଛକରେ ପହଞ୍ଚିବା ପରେ ଗଡ଼ ହୁମ୍ମା ଗ୍ରାମର ଶ୍ରୀ ମଦନ ମୋହନ ସ୍ଵାମୀ ସମସ୍ତ ଠାକୁରମାନଙ୍କୁ ସ୍ଵାଗତ ଜଣାଇବା ପରେ ହୁମ୍ମା ହାଟ ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ । ସୁସଜ୍ଜିତ ଦୋଳ ଠାକୁରମାନେ ଯାତ୍ର ପଡ଼ିଆରେ ପହଞ୍ଚବା ପରେ ଦୁଇଗୋଟି ରାମାୟଣ ନାଟକ ମଞ୍ଚସ୍ତ ହୋଇଥିଲା । ଠାକୁରମାନଙ୍କ ମହାମିଳନ ସମୟରେ ହଜାର ହଜାର ମହିଳା ପୁରୁଷ ଶ୍ରଦ୍ଧାଳୁ ହୁଳହୁଳି ହରିବୋଲ ଦେଇ ଠାକୁରମାନଙ୍କ ମହାମେଳନରେ ଅବଲୋକନ କରିଥିଲେ । ସେହିପରି ଶନିବାର ରାତ୍ରରେ ପ୍ରତ୍ୟେକ ଠାକୁରଙ୍କ ବିଜେ ସ୍ଥଳ ମନ୍ଦିର ସମ୍ମୁଖରେ ରାମାୟଣ, ଭାରତ ଲୀଳା, ନବରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା ।
Prev Post