mahavir

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ମହିଳା ଦିବସ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସଭାପତି ମାଳତି ଉଦ୍‌ଗାତାଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଆଦ୍ୟାଶକ୍ତି ମା’ ଦୁର୍ଗାଙ୍କ ଠାରେ ପୂଜା କରାଯାଇଥିଲା । ମନ୍ତ୍ରପାଠ କରିଥିଲେ ସଂଯୁକ୍ତା ମିଶ୍ର । ଏହି ପାର୍ବଣରେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ମୁଖ୍ୟ ଅତିଥି, ବଲାଙ୍ଗିର ସାଇବର ଥାନା ଅଧିକାରୀ ଭାରତୀ ନାୟକ ମୁଖ୍ୟବକ୍ତା ଏବଂ ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ୟ ଭରତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ପାଣିଗ୍ରାହୀ କହିଥିଲେ ଯେ, ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଅଟେ । ନାରୀ ନିର୍ଯ୍ୟାତନା ଓ ଅତ୍ୟାଚାରକୁ ନାରୀ ଜାଗରଣ ଓ ସଶକ୍ତିକରଣରେ ଦୂର କରାଯାଇ ପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀମତୀ ନାୟକ କହିଥିଲେ ଯେ, ସ୍ମାର୍ଟଫୋନ ଆମକୁ ସବୁ ସୁବିଧା, ସୁଯୋଗ, ସୁଖ ଓ ଆନନ୍ଦ ପ୍ରଦାନ କରିଛି ସତ, ମାତ୍ର ଆମେ ଅତ୍ୟନ୍ତ ସଚେତନ ନ ହେଲେ ସାଇବର କ୍ରାଇମର ଠକାମୀରେ ପଡିଯିବା । ସମ୍ମାନିତ ଅତିଥି ଶ୍ରୀ ସାହୁ କହିଥିଲେ ଯେ, ମାଆମାନେ ସଂବେଦନଶୀଳ ଓ ସଚେତନ ହେଲେ ସେମାନେ ଦେଶକୁ ଉତ୍ତମ ନାଗରିକ ଦେଇ ପାରିବେ । ସଭା ଆରମ୍ଭରେ ଡ. ପ୍ରେମଚାନ୍ଦ ମହାନ୍ତି ଆଦ୍ୟାଶକ୍ତି ନାରୀ ସଂଗଠନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଆରମ୍ଭରେ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ ରାଜଶ୍ରୀ ତ୍ରିପାଠୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଡା. ସନ୍ଧ୍ୟାରାଣୀ ପଣ୍ଡା । ନାରୀମାନଙ୍କ ଅନୁଭୂତିର କଥାକୁ ପରିଚାଳନା କରିଥିଲେ ଆରତୀ ଗୁରୁ । ସଭାକୁ ପରିଚାଳନା କରିଥିଲେ ସଂପାଦିକା କସ୍ତୁରୀ ରଥ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ନିରୁପମା ମିଶ୍ର, ଶୋଭିନୀ ମହାଲିଙ୍ଗ, ଦୀପ୍ତିମୟୀ ମିଶ୍ର, ଚନ୍ଦନ ପାଞ୍ଚାଳ, ବୀଣାପାଣି ଆଚାର୍ଯ୍ୟ, କୁସୁମ ଶତପଥି, କୁମୁଦିନୀ ମିଶ୍ର, ମିନାକ୍ଷୀ ଗୁରୁ, ରୀନାରାଣୀ ଶତପଥି, ରଶ୍ମି ପାତ୍ର, ସଂଗୀତା ମିଶ୍ର, ସରୋଜା ମାଝି, ତପସ୍ୱିନୀ ପଶାୟତ, ସୁଷମା ଦାଶ, ମାଧୁରୀ କୁଅଁର, ଯଶୋବନ୍ତୀ ମିଶ୍ର, ସୌଦାମିନୀ ମିଶ୍ର, ଗିରିଜା ଶଙ୍କର ରଥ, ଧିରେନ୍ଦ୍ର ନାରାୟଣ ସିଂହଦେଓ, କେଶବ ଚନ୍ଦ୍ର ମିଶ୍ର ଓ ହୃଷିକେଶ ପୁରୋହିତ । ଶେଷରେ ନିହାରିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.