pr

କେସିଙ୍ଗାରେ ଦିବାରାତ୍ରି ଏମ୍ ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

dr. purohit

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପ୍ରଥମଥର ପାଇଁ ମାରୱାଡି ୟୁବା ମଞ୍ଚ ପକ୍ଷରୁ ମାରୱାଡି ପ୍ରିମିୟମ ଲିଗ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଏମ୍ ପି ଏଲ୍ ଭାରତୀୟ କ୍ରୀଡ଼ା ପ୍ରେମୀମାନଙ୍କ ପ୍ରିୟ ଆଇ ପି ଏଲ୍ ପରି ନିୟମ ଓ ପ୍ରୋଟୋକଲରେ ଆୟୋଜିତ ହୋଇଥିଲା । ସାତଦିନ ଆଗରୁ ୟଙ୍ଗ ବ୍ଲଡ୍ ପବ୍ଲିକ ସ୍କୁଲ ପରିସରରେ କେସିଙ୍ଗା ସହରର ୮୪ କ୍ରିକେଟ ଖେଳାଳିଙ୍କୁ ଆଇ ପି ଏଲ୍ ପରି ଅକ୍ସନରେ ରଖାଯାଇଥିଲା, ଏବଂ ୧୨ ଟି ଦଳର ମାଲିକମାନେ ବୋଲି ଲଗାଇ ପଏଣ୍ଟ ଆଧାର ଖେଳାଳି ନିଜ ଦଳ ପାଇଁ କିଣିଥିଲେ । ତାରିଖ ୭ ଓ ୮ ଦୁଇଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୨ ଟି ଦଳ ଭାଗ ନେଇଥିଲେ । ଗୋଟିଏ ଦଳରେ ଛଅଟି ଖେଳାଳି ଥିବାବେଳେ ଗୋଟିଏ ଖେଳାଳି ଏକ୍ସଟ୍ରା ରହିଥିଲା ଓ ଛଅ ଓଭର ବିଶିଷ୍ଟ ଗୋଟିଏ ମ୍ୟାଚ ଥିଲା । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସହରର କ୍ରିକେଟ ପ୍ରେମୀ ଓ ୟୁବା ଖେଳାଳିମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ୟୁବାମାନଙ୍କ ମଧ୍ୟରେ ଲୁକାୟିତ ଥିବା କ୍ରୀଡା ପ୍ରତିଭାକୁ ବିକାଶ କରିବା ହେଉଛି ଏହି ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ । ମାରୱାଡି ୟୁବା ମଞ୍ଚର ସଭାପତି ବିକାଶ ଅଗ୍ରୱାଲ ଏବଂ ସମ୍ପାଦକ ନିଖିଳ ଅଗ୍ରୱାଲଙ୍କ ନେତୃତ୍ଵରେ ଏହି ଦିବାରାତ୍ରି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।

nrusinghnath
Leave A Reply

Your email address will not be published.