ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଲାୟନ ବିନ୍ଦୁ ସାହୁ ଓ ବଲାଙ୍ଗିର ସାଇବର୍ ପୁଲିସ ଭାରତୀ ନାୟକ ଯୋଗଦେଇ ନାରୀ ସଶକ୍ତିକରଣ, ସଶକ୍ତ ସମାଜ ବିଷୟରେ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୦ ଜଣ ପ୍ରତିଭାଶାଳୀ ନାରୀଙ୍କୁ ସମ୍ମାନିତ କରାଯାଇଥିଲା । ଗରିବ ମହିଳାମାନଙ୍କୁ ୫୦୦ରୁ ଅଧିକ ଶାଢି ବଣ୍ଟନ କରାଯାଇଥିଲା । ଆହୁରି ରକ୍ତଦାନ ଶିବିର ଆୟୋଜନ କରି ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ତା’ଛଡା ପ୍ରାୟ ୧୧୦୦ ଜଣଙ୍କୁ ନିଶୁକ୍ଲ ଭୋଜନ ପ୍ରଦାନ କରାଯାଇଥିଲା । ସହଯୋଗ ଫାଉଣ୍ଡେସନ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଓ ଲାୟନ୍ସ କ୍ଲବ ସହଯୋଗରେ ପାଳିତ ଏହି ସମାରୋହରେ ବିଭିନ୍ନ ନାରୀନେତ୍ରୀ ମହିଳା ସଂଗଠନ ଓ ଅନେକ ସାମାଜିକ କର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.