ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ତୃତୀୟ ଦିନରେ ରବିବାର “ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି” ଶୀର୍ଷକ ସମ୍ବଳିତ ସଚେତନତା ପଦଯାତ୍ରା ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି । ଏଇ ପଦଯାତ୍ରା ଛତ୍ରପୁର ସ୍ପୋର୍ଟ୍ସ ଷ୍ଟାଡ଼ିୟମରୁ ବାହାରି ସହରବାସୀଙ୍କୁ ମହିଳାଙ୍କ ଆତ୍ମସୁରକ୍ଷା, ଆତ୍ମସମ୍ମାନ ଓ ଆତ୍ମସ୍ୱାଭିମାନ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା । ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ, ପ୍ରଶିକ୍ଷକ ସୁଜାତା ବିଷୋୟୀ, ସୁନୀତା ପାତ୍ର ଓ ସଙ୍ଗୀତା ସେଠୀଙ୍କ ସମେତ ବିଭିନ୍ନ ବର୍ଗର ମହିଳା, ସ୍ପୋର୍ଟସ ହଷ୍ଟେଲ ତଥା ଖେଲୋ ଇଣ୍ଡିଆ ସେଣ୍ଟର ବ୍ରହ୍ମପୁରର କୋଚ, କନ୍ୟାରତ୍ନମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.