ରୋଟାରୀ କ୍ଲବ-ଇଷ୍ଟ ଓ ଇନର ହ୍ଵିଲ କ୍ଲବର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ଓ ଇନର ହ୍ୱୀଲ୍ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ ଧର୍ମନଗର ସ୍ଥିତ ରୋଟାରୀ କମ୍ୟୁନିଟି ହଲରେ ମହିଳା ଦିବସ ପାଳନ କରାଯାଇଛି । ରୋଟାରୀ ଇଷ୍ଟର ସଭାପତି ଡଃ. ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ସମାବେଶରେ ଇନର ହ୍ୱିଲ କ୍ଳବର ସଭାନେତ୍ରୀ ଅନ୍ନପୂର୍ଣ୍ଣା ବେହେରା ପ୍ରାରମ୍ବିକ ସୂଚନା ଦେଇଥିଲେ । କ୍ଳବର ପୂର୍ବତନ ସଭାପତି କାମରଜୁ ମହାରଣା ମହିଳା ଦିବସରେ ମହିଳାମାନଙ୍କ ବିଭିନ୍ନ ରୂପ ଏବଂ କର୍ତ୍ତବ୍ୟ ଉପରେ ଉଦବୋଧନ ଦେଇ ଏକ କବିତା ପାଠ କରିଥିଲେ । ପୂର୍ବତନ ସଭାପତି ଗଦାଧର ରାଉଳ, ଆଗାମୀ ବର୍ଷର ସଭାପତି ଆଡଭୋକେଟ ହୃଷିକେଶ ପ୍ରଧାନ ପ୍ରମୁଖ ମହିଳା ଦିବସର ତତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଇନର ହ୍ଵିଲର ପୂର୍ବତନ ସଭାନେତ୍ରୀ ଡିମ୍ପଲ ସିଂ ଲିଙ୍ଗ ଭେଦରେ ଭାରତ ୧୦୮ ସ୍ଥାନରେ ଅଛି । ତେଣୁ ନାରୀ ଶସକ୍ତିକରଣରେ ଭାରତର ସ୍ଥାନକୁ ଉଠାଇବାକୁ ହେଲେ ଉଭୟ ପୁରୁଷ ଓ ନାରୀ ଚେଷ୍ଟା କରିବାକୁ ହେବ । ଏହି ଅବସରରେ ନାରୀ ସଶକ୍ତିକରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ. ଡିମ୍ପଲ ସିଂ, ଡଃ. ସରିତା ବେଗ୍ରାୟ, କଳାଞ୍ଜଳି ନୃତ୍ୟନୁଷ୍ଠାନର ପ୍ରତିଷ୍ଠାତ୍ରୀ ରାମେଶ୍ୱରୀ ନନ୍ଦ, ପ୍ରଣତି ପାଢ଼ୀ, ମମତା ପାଢ଼ୀ, ଅଳକା ସାହୁଙ୍କୁ ରୋଟାରୀ ଇଷ୍ଟ ଏବଂ ଇନର ହ୍ୱିଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ନାରସୁ ଜେନା, ଅଜିତ ପୃଷ୍ଟି, ପ୍ରଦୀପ କୁମାର ପଣ୍ଡା, ରାଜେଶ ପୃଷ୍ଟି, ପିତାମ୍ବର ପାତ୍ର, ସମ୍ପାଦିକା ସସ୍ମିତା ଚୌଧୁରୀ, ସବିତା ପଟ୍ଟନାୟକ, ଇ. କନ୍ୟାକୁମାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଇଷ୍ଟର ସମ୍ପାଦକ ଅଶ୍ୱିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.