ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ତାରିଖ ୦୮.୦୩.୨୦୨୬ (ରବିବାରେ) ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଓ ଟିପିଡ୍ଲୁଓଡିଏଲ୍‌ର ମିଳିତ ଉଦ୍ୟମରେ ବଲାଙ୍ଗିର ସ୍ଥିତ ସ୍ୱାସ୍ଥ୍ୟସେବା ସହଯୋଗୀ ତାଲିମ କେନ୍ଦ୍ରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ସମସ୍ତ ମହିଳା ଏବଂ ବାଳିକାମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ବ୍ୟବସ୍ଥା ଗତ ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପାଇଁ ଆଇନ ଗତ ସୁରକ୍ଷାକୁ ସୁଦୃଢ କରିବା ପାଇଁ, ଅତିଥି ଭାବେ ଯୋଗଦାନ କରିଥିବା ବଲାଙ୍ଗିର ଆଇଆଇସି ତଥା ଡିପିସି ଶ୍ରୀମତୀ ଭାରତୀ ନାୟକ, ଆଇନଜୀବୀ ଓ ମହିଳା ସମାଜସେବୀ ଶ୍ରୀମତୀ ମିନାକ୍ଷୀ ପୁରୋହିତ ଏବଂ ନିଶା ବିଭାଗର ଡାକ୍ତର ମନମୋହନ ବାଗ ଯୋଗଦେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ତାଲିମ ସମାପ୍ତ କରିଥିବା ଛାତ୍ରୀମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଥମ ଏଜୁକେସନ ଫାଉଣ୍ଡେସନର ଆନନ୍ଦ ପ୍ରଧାନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଅନୁସୟା ବିଶ୍ୱାଳ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଓ ସ୍ଵର୍ଣ୍ଣଲତା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନତ ପଟେଲ ସହଯୋଗ କରିଥିଲେ ।

Leave A Reply

Your email address will not be published.