ରାଜ୍ୟର ଅନ୍ୟତମ ଆକର୍ଷଣୀୟ ଭାବେ ବ୍ରହ୍ମପୁର ମହୋତ୍ସବ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବକୁ ପବିତ୍ର ଶ୍ରୀରାମ ନବମୀ ତଥା ୨୭ ମାର୍ଚ୍ଚରୁ ଅପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଆୟୋଜିତ ହେବ । ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆଠାରେ ଆୟୋଜିତ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କୁହାଯାଉଛି । ଏହି ମେଗା ମଞ୍ଚରେ ସ୍ଥାନୀୟ କଳାକାରଙ୍କୁ ଅଧିକ ସୁଯୋଗ ଦିଆଯିବ ବୋଲି ମତପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ସାଂସ୍କୃତିକ ପରିଷଦଙ୍କ ପ୍ରେରିତ ଉଚ୍ଚ କୋଟୀର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିବେଷଣ ସହ ସାତଦିନ ବ୍ୟାପୀ ଏହି ଉତ୍ସବରେ ୧ଶହରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ସରକାରୀ ବେସରକାରୀ ସ୍ଵଂୟ ସହାୟକ ଗୋଷ୍ଠୀର ଷ୍ଟଲ ଖୋଲାଯିବ ବୋଲି କୁହାଯାଇଛି । ମହିଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ, ପ୍ରତ୍ୟେକ ଦିନ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ସହରର ସାଂସ୍କୃତିକ, ପରମ୍ପରା, ପର୍ଯ୍ୟଟନ, ବାଣିଜ୍ୟ, ସାହିତ୍ୟ ଉପରେ ଆଲୋଚନା ଯାହା ମାନ୍ୟଗଣ୍ୟ ବ୍ୟକ୍ତି, ସୁବକ୍ତା, କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇ ଆଲୋଚନା ସଭାକାର୍ଯ୍ୟର ଅୟୋଜନ ହେବ ବୋଲି କୁହାଯାଇଛି । ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ବ୍ରହ୍ମପୁର ସର୍କିଟ ହାଉସ ସମ୍ମିଳନୀ ପ୍ରୋକୋଷ୍ଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦତ୍ତ ହୋଇଛି । ମହୋତ୍ସବ ପରିଚାଳନା କମିଟୀ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଚଳିତ ବର୍ଷ ଅନୁଷ୍ଠିତ ବ୍ରହ୍ମପୁର ମହୋତ୍ସବକୁ ସମସ୍ତଙ୍କ ସାହାଯ୍ୟରେ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜକ ତଥା ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ମହୋତ୍ସବ ଉପରେ ସୂଚନା ଦେବା ସହ ସମସ୍ତଙ୍କ ସହଯୋୠ କାମନା କରିଛନ୍ତି । ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ସଂଗଠନ ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପାଣିଗ୍ରାହୀ, ସାଂସ୍କୃତିକ କମିଟୀ ସମ୍ପାଦକ ଗୋପାଳ ପଟ୍ଟନାୟକ, ଶ୍ରୀକାନ୍ତ ସାବତ, ଇଭେଣ୍ଟ ରେସ୍ପନ୍ସ ମାର୍କେଟିଙ୍ଗ ମୁଖ୍ୟ ରବିଶଙ୍କରଙ୍କ ସମେତ ମହୋତ୍ସବ କମିଟି ଓ ମହାନ୍ ସଂଘର ବହୁ ସଦସ୍ୟା ସଦସ୍ୟଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.