ପଦ୍ମପୁରରେ ମୋଟର ସାଇକଲ ଉପରେ ଚଢ଼ାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଭେଉରିଆ ଛକ, ଥାନା ଛକଓ କଚେରୀ ଛକ ପରି ବ୍ୟସ୍ତ ବହୁଳ ଅଂଚଳ ଗୁଡିକରେ ଯୁବକ ମାନଙ୍କର ବେପାରୁଆ ଓ ଅନିୟନ୍ତ୍ରିତ ବାଇକ ଚାଳନା ଦିନକୁ ଦିନ ବଢ଼ି ଯାଉଥିବାରୁ ଆଜି ପଦ୍ମପୁର ପୋଲିସ ପକ୍ଷରୁ ପୂର୍ବାହ୍ନ ସମୟରେ ଭେଉଁରିଆ ଛକରେ ଦୁଇ ଚକିଆ ମୋଟର ଯାନ ଉପରେ ଚଢ଼ାଉ ଜାରି ରଖାଯାଇଥିଲା । ବାଇକ ଉପରେ ତିନିଜଣ ବସିଥିବା ଆରୋହୀ, ସାଇଲେନ୍ସର ମୁଡ଼ ଓ ଭୁଲ ରାସ୍ତାରେ ଯାଉଥିବା ଆରୋହୀଙ୍କ ଉପରେ ଅନଲାଇନ ଜରିମାନା ଆଦାୟ କରାଯାଉଥିଲା । ଏହା କରିବା ଦ୍ୱାରା ଲୋକେ ସଚେତନ ହେବେ ଓ ଶୃଙ୍ଖଳିତ ଭାବରେ ଯାନବାହାନ ଚଳାଚଳ ହେବ ବୋଲି ସାଧାରଣରେ ଆଶା କରାଯାଉଛି ।

Leave A Reply

Your email address will not be published.