ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ.କେ.ଫିଲ୍ମ ବଲାଙ୍ଗିରର ଆଗାମୀ ଚଳଚ୍ଚିତ୍ର ସଂଘର୍ଷ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ପୌରାଧ୍ୟକ୍ଷା ଲିକା ସାହୁ, ବାର ଏସୋସିଏସନର ସଭାପତି ବାସୁଦେବ ରଥ, ଗୁରୁଶ୍ରୀ ଘାସିରାମ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଦୀପ୍ତି ପ୍ରସାଦ ଦାଶ ସଭା ପରିଚାଳନା କରିଥିଲେ । ବିଶିଷ୍ଟ କଳାକାରମାନେ ଏଥିରେ ଯୋଗ ଦେଇଥିଲେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଅଶୋକ ମିଶ୍ର ଚଳଚ୍ଚିତ୍ର ସଂପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ରାମଶଙ୍କର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଚଳଚ୍ଚିତ୍ରର ଏକ ପ୍ରମୋ ପ୍ରଦର୍ଶିତ ହୋଇଥିଲା ।
Prev Post
Next Post