pr

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ଜୟନ୍ତୀ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ୨୦୨୬ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଶାସନିକ ସେବା ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ, ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଆଇ ଡି ଏଲ ଶିଳ୍ପ ସମ୍ପର ବିଭାଗର ମୁଖ୍ୟ ରଞ୍ଜନ କୁମାର ମହାନ୍ତି, ମାନବିକତାର ଅଧ୍ୟକ୍ଷ ପ୍ରଶାନ୍ତ ସେଠି, ଡା ଫକୀର ଚରଣ ହୋତା ଓ ଡା ବିଷ୍ଣୁପ୍ରିୟା ଦେଇ ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ସମ୍ମାନିତ ଅଥିତି ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବିଜୁ ବାବୁଙ୍କର କର୍ମମୟ ଜୀବନ ସ୍ଵାଧୀନତା ସଂଗ୍ରାମ ରାଜନୈତିକ ଚିନ୍ତାଧାରା ସମାଜସେବା ସର୍ବୋପରି ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଜିର ଯୁବ ଓ ଛାତ୍ର ସମାଜ ବିଜୁ ପଟ୍ଟନାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବକ୍ତା ମାନେ ଆହ୍ୱାନ ଦେଇଥିଲେ । ଏହି ଉପଲକ୍ଷେ ସ୍ଥାନୀୟ କଳାକାର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ସଙ୍ଗୀତ, ଓଡ଼ିଶୀ, ସମ୍ବଲପୁରୀ ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୪୪ ଜଣ କୃତୀ ପ୍ରତୀଯୋଗୀମାନଙ୍କୁ ମଞ୍ଚରେ ପ୍ରମାଣ ପତ୍ର ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ବିଚାରକ ମଣ୍ଡଳୀ କାର୍ତ୍ତିକ ଚନ୍ଦ୍ର ମହାନ୍ତି, ଜଗନ୍ନାଥ ଦାଶ, ପଲ୍ଲଭି ସେଠୀ ଓ ବର୍ଷାରାଣୀ ସାହୁଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସହସମ୍ପାଦିକା ସଚଳା ପଣ୍ଡା, ଆଇନଜୀବୀ ଆରତୀ ଚୌଧୁରୀ, ଝୁନୁଲତା ସାହୁ, ମିନା ବେହେରା, ବିଶ୍ୱଜିତ ଦାସ, ରବର୍ଟ ହାଇଫିଲ, ଦେବେନ୍ଦ୍ର ସାହୁ, କପ୍ରା ହାଁସଦା, ଅନୁଆରି ବେଗମ, ଅନ୍ତର୍ଯ୍ୟାମି ବେଉରା, ସୁରଥ ପରିଡ଼ା, ମାୟା ହାଁସଦା, କାଳନ୍ଦୀ ଚରଣ ମଲ୍ଲିକ ପ୍ରମୁଖ ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ରାନୁ ମହାପାତ୍ର ସମାଜସେବୀ ସରୋଜ ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ କଳାକାର, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ସମାଜସେବୀ, ଶିକ୍ଷାବିତ ଓ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଶେଷରେ ଝାନ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.