ଓଲଟି ପଡ଼ିଲା ଡମ୍ଫର ଗାଡ଼ି : ୩ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ନିକଟସ୍ଥ ଲିଖିରିଆ ପାଖ ବର୍‌ଲା ଗାଁରେ ଭାରସାମ୍ୟ ହରାଇ ଗତ ରାତି ପ୍ରାୟ ୩ଟା ସମୟରେ ଏକ ଡମ୍ଫର ଗାଡ଼ି ଓଲଟି ପଡ଼ିଥିବା ବେଳେ ଗାଡ଼ିରେ ଥିବା ଡ୍ରାଇଭର୍‌ ସମେତ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କରାଯାଇ ମେଡ଼ିକାଲ୍‌କୁ ପଠାଯାଇଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଡମ୍ଫର ଗାଡ଼ି (ନଂ.ଓଡ଼ି୦୩୦-୧୩୭୭) କୌଣସି କାରଣବଶତଃ ଭାରସାମ୍ୟ ହରାଇ ବର୍‌ଲା ଗାଁ ଭିତରେ ଓଲଟି ପଡ଼ିଥିଲା ।

Leave A Reply

Your email address will not be published.