oom

ରାଣୀକଟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଣୀକଟାକୁ ହରାଇ ରାଜୀବ ନଗର ବିଜୟୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାଣୀକଟା ଠାରେ ଚତୁର୍ଥ ରାଜୀବ ଓ ଗଜାନନ ମେମୋରିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ଖେଳରେ ଯୁବନେତା ତଥା ଛତାମଖନା ସମିତିସଭ୍ୟ ସିଦ୍ଧାର୍ଥ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପ୍ରତ୍ୟେକ ଗ୍ରାମରେ ଏହିପରି କ୍ରିକେଟ ଖେଳ ସହ ବିଭିନ୍ନ ଖେଳମାନେ ଆୟୋଜନ କରି ଗ୍ରାମଚଂଳର ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି କହିଥିଲେ । ଆଜିର ଫାଇନାଲ ଖେଳରେ ରାଜୀବ ନଗର ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୧୪୦ ରନ କରିଥିଲେ । ଲକ୍ଷ୍ୟର ପିଛା କରି ରାଣୀକଟା ଦଳ ୧୩୦ ରନରେ ସୀମିତ ରହିଥିଲା । ଶେଷରେ ରାଜୀବ ନଗର ଦଳ ୧୦ ରନରେ ବିଜୟୀ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବିଜୟୀ ରାଜୀବ ନଗର ଦଳକୁ ପ୍ରସୋôହନ ସ୍ୱରୁପ ସମିତିସଭ୍ୟ ପଦରୁ ପାଉଥିବା ପାରିତୋଷିକ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ରାଜୀବ ନାୟକ, ଗିରିଧାରୀ ମଲ୍ଲିକ, ଶିତେସ କର୍ଣ୍ଣ, ସୁରେନ୍ଦ୍ର ନନ୍ଦ, ରମେଶ ନାଏକ, ଅଭି ଘିବେଲା, କହ୍ନା ରାଉତ, ରମେଶ ମାରପତି, କହ୍ନେଇଁ ସା ପରିଚାଳନା କରିଥିବା ବେଳେ ଅଭିଷେକ ନାୟକ, ସଂଜୟ ନାୟକ, କୃପାସିନ୍ଧୁ ଜାଲ, ଟଙ୍କଧର ଜାଲ, ମଗେଶ୍ୱର ଜାଲ, ନିତ୍ୟା ଜାଲ, ରାଜେନ୍ଦ୍ର କର୍ଣ୍ଣ ଓ ନିଶିକାନ୍ତ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.