ମହିଳାଙ୍କୁ କମେଣ୍ଟ ମାରା ମହଙ୍ଗା ପଡ଼ିଲା : ଚପଲରେ ମାଡ଼ ଖାଇଲେ ଯୁବକ

ବାଲିଅନ୍ତା : ମହିଳାଙ୍କୁ କମେଣ୍ଟ ମାରା ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କୁ । ମହିଳାଙ୍କ ହାତରୁ ଚପଲରେ ମାଡ଼ ଖାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଳକାଟି ଫାଣ୍ଡି ଅଧୀନ ସରକଣା ବଜାରରେ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା । ବାଳକାଟି ପିସିଆର ପୁଲିସ ପହଂଚି ଯୁବକଙ୍କୁ ଥାନାକୁ ନେଇଯାଇଥିଲା । ପରେ ଅଭିଯୁକ୍ତ ଯୁବକ ଫାଣ୍ଡିରେ ମହିଳାଙ୍କୁ ଭୁଲ ମାଗିବା ସହ ପୁଲିସ ଉପସ୍ଥିତିରେ ଘଟଣାର ଆପୋଷ ସମାଧାନ ହୋଇଥିବା କହୁଯାଇଛି ।

Leave A Reply

Your email address will not be published.