csstore

ମନ୍ଦିର ପ୍ରାଙ୍ଗଣରେ ସାଧାରଣ ସଭା ଅନୁଷ୍ଠିତ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ତୀ ନୃସିଂହନାଥ, ପାଇକମାଲ କେନ୍ଦ୍ରର ଯୁବ ସଂଗଠନର ଆ‌ହ୍ୱାନ କ୍ରମେ କର୍ମୁ ବି‌ଶ୍ୱାଳଙ୍କ ସଭାପତି‌ତ୍ୱରେ ଏକ ସାଧାରଣ ସଭା ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଥିଲା ।

ସମ୍ମାନିତ ଅତିଥି ଭାବେ କୁଣ୍ତାଖାଇ ସଭାପତି ରାମଚନ୍ଦ୍ର ପାତ୍ର, ମହୁଲପାଲି କେନ୍ଦ୍ର ସହ ସଂପାଦକ ଦୁଷ୍ପନ୍ତ ସାହୁ, ବୁରୋମୁଣ୍ତା କେନ୍ଦ୍ର କୀର୍ତ୍ତନ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଉକ୍ତ ବୈଠକରେ ପାଇକମାଲ କେନ୍ଦ୍ରର ୩୦ ଖଣ୍ତ ଗାଁର ଜାତିଭାଇ ତଥା ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି, ବିଭିନ୍ନ ଉପକେନ୍ଦ୍ର ସଭାପତି, ମାନ୍ରଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ବୈଠକରେ ବିଭିନ୍ନ ମତାମତ ପ୍ରଦାନ କରିଥିଲେ। ଏହି ବୈଠକରେ ସର୍ବସମ୍ମତି କ୍ରମେ ଯୁବ ସଂଗଠନ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା । ଏହି ଯୁବ ସଂଗଠନ କମିଟିର ନୁତନ କର୍ମକର୍ତ୍ତା ଭାବେ ଡା ବୁଲୁ ବାରିକ ସଭାପତି, ଭୁବନେଶ୍ବର ସା ସଂପାଦକ, କେଶବ ସାହୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ସଭା ଶେଷରେ ଟିକିଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.