csstore

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ-ବେଙ୍ଗଲ ଯିବେ : ଅନେକ ଯୋଜନାର ମୂଳଦୁଆ ପକାଇବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଏବଂ ଏହି ରାଜ୍ୟଗୁଡିକରେ ବିଭିନ୍ନ ଯୋଜନା ପାଇଁ ମୂଳଦୁଆ ପକାଇବେ । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମକୁ ମଧ୍ୟ ସେ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆସାମରେ ଦୁଇଟି ଡାକ୍ତରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲାଗୁଡ଼ିକର ରାସ୍ତାକୁ ନବୀକରଣ କରିବା ପାଇଁ “ଆସୋମ ମାଲା” ଯୋଜନା ଆରମ୍ଭ କରିବେ । ପଶ୍ଚିମବଙ୍ଗରେ ଭିତ୍ତିଭୂମି ବିକାଶ ସହ ଜଡିତ ପ୍ରକଳ୍ପର ମୂଳଦୁଆ ପକାଇବ । ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି ଏବଂ ଗତ ୧୫ ଦିନ ମଧ୍ୟରେ ଏହା ଦୁଇ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ ହେବ ।

jayashree
Leave A Reply

Your email address will not be published.